କନକ ବ୍ୟୁରୋ: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଭିଜୁଆଲ । ଭାଇରାଲ ହେଉଛି ଭିଡିଓ । କିଭଳି ଏକ କାରକୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି ଦୁର୍ବୃତ । ଯାହା କାରର ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି । ଏ ଦୃଶ୍ୟ ଆସିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳରୁ । ଡୁବୁରୀ ଟମକା ରାସ୍ତାର ଡୁବୁରୀସ୍ଥିତ ଏନଆଇଏନଏଲ କଲୋନୀ ନିକଟରେ ଏଭଳି ଘଟଣା ଘଟିଛି ।
ଖବର ଅନୁସାରେ, ଏକ ଶିଳ୍ପସଂସ୍ଥାର ଜଣେ ଅଧିକାରୀ ଏହି ରାସ୍ତା ଦେଇ ଯାଉଥିବା ସମୟରେ ୫ରୁ ୬ ଜଣ ଦୁର୍ବୃତ ତାଙ୍କୁ ଅଟକାଇଥିଲେ । ସେମାନେ ହାତରେ ଅସ୍ତ୍ରଶସ୍ତ୍ର ଧରିଥିବା ଦେଖି କାର ଚଳାଉଥିବା ବ୍ୟକ୍ତି ନିଜ କାରକୁ ଦ୍ରୁତ ଗତିରେ ନେଇଆସିଥିଲେ । ଏବେ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ପୁଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଭିଡିଓଟି ଭାଇରାଲ ହେବା ପରେ ଦୁର୍ବୃତମାନେ ଫେରାର ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/1-34.jpg)