କନକ ବ୍ୟୁରୋ : ମୁମ୍ବାଇରେ ପୁଣି ଏକ ଲୋମହର୍ସଣକାରୀ ହତ୍ୟାକାଣ୍ଡ ସମ୍ନାକୁ ଆସିଛି । ପ୍ରେମିକାର ହତ୍ୟା କରିବା ପରେ ତାର ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ନଷ୍ଟ କରିଦେଇଛି ପ୍ରେମିକ । ମୁମ୍ବାଇର ମୀରା ରୋଡ ଅଂଚଳର ୩୬ ବର୍ଷିୟ ପ୍ରେମିକାକୁ ମାରିବା ପରେ ଧାରୁଆ ଅସ୍ତ୍ରରେ ଶରୀର ଉପର ଭାଗକୁ କାଟି ନଷ୍ଟ କରିଦେଇଛି ପ୍ରେମିକ । ବୁଧବାର ପୁଲିସ ଅଭିଯୁକ୍ତଙ୍କ ଫ୍ଲାଟରେ ପହଂଚିବା ପରେ ଯୁବତୀଙ୍କର କେବଳ ଦୁଇଟି ଗୋଡ ପାଇଥିଲା । ପରେ ପୁଲିସ ୫୬ ବର୍ଷିୟ ଅଭିଯୁକ୍ତ ମନୋଜ ସାହାଣୀଙ୍କୁ ଗିରଫ କରିଛି ।

Advertisment

ତେବେ କଣ ପାଇଁ ଅଭିଯୁକ୍ତ ପ୍ରେମିକାକୁ ହତ୍ୟା କରିଛି ସେନେଇ ପୁଲିସ କୌଣସି ସୂଚନା ପାଇନାହିଁ । ମୁମ୍ବାଇର ନାୟା ନଗର ପୁଲିସ କହିବା ଅନୁଯାୟୀ, ପୀଡ଼ିତା ସରସ୍ୱତୀ ବିଦ୍ୟା ମନୋଜଙ୍କ ସହ ଲିଭ ଇନ୍ ରିଲେସନସିପରେ ରହୁଥିଲେ । ଉଭୟ ୩ ବର୍ଷ ହେଲା ଏକାଠୀ ରହିଆସୁଥିଲେ । ସୂଚନା ମୁତାବକ, ବୁଧବାର ସେହି ଫ୍ଲାଟରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସେଠାରେ ରହୁଥିବା ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପରେ ଘଟଣା ସ୍ଥଳରେ ପହଂଚିଥିଲା ପୁଲିସ । ଫ୍ଲାଟରେ ପୁଲିସ ପହଂଚିବା ପରେ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଲିସ ତାଙ୍କୁ ଧରିବା ସହ ଘର ଭିତରୁ ଯୁବତୀଙ୍କ ଗୋଡ ଜବତ କରିଛି । ତେବେ ଗତ ତିନି ଦିନ ଭିତରେ ସରସ୍ୱତୀଙ୍କ ମୃତ ଶରୀରର ଉପର ଅଂଶକୁ ବାହାରେ ନଷ୍ଟ କରିଦେଇଥିବା ନେଇ ଅଭିଯୁକ୍ତ ପୁଲିସକୁ କହିଛି । ଏହି ଘଟଣା ନେଇ ଚିନ୍ତା ପ୍ରକଟ କରିବା ସହ ନିଜ ଆଡୁ ମାମଲା ରୁଜୁ କରିବାକୁ ମହାରାଷ୍ଟ୍ର ଡିଜିପିଙ୍କୁ କହିଛନ୍ତି ନ୍ୟାସନାଲ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ।