ବାପାଙ୍କ ପାଇଁ ଭାବ ପ୍ରବଣ ହୋଇ କୋହଭରା ଚିଠି ଲେଖିଲା କୁନିପୁଅ । ଶଯ୍ୟାଶାୟୀ ବାପାଙ୍କ ଜୀବନ ବଞ୍ଚାଇବାକୁ ମୁ୍ଖ୍ୟମନ୍ତ୍ରୀଙ୍କୁ ଚିଠି

Advertisment
ବାପାଙ୍କ ପାଇଁ ଭାବ ପ୍ରବଣ ହୋଇ କୋହଭରା ଚିଠି ଲେଖିଲା କୁନିପୁଅ । ଶଯ୍ୟାଶାୟୀ ବାପାଙ୍କ ଜୀବନ ବଞ୍ଚାଇବାକୁ ମୁ୍ଖ୍ୟମନ୍ତ୍ରୀଙ୍କୁ ଚିଠି

କନକ ବ୍ୟୁରୋ : ଅଭାବ ଭିତରେ ଅହରହ ସଂଘର୍ଷ କରୁଥିବା ପରିବାର ଉପରେ ପଡିଛି ଚଡକ । ଘରର ମୁଖିଆଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯିବା ପରେ ଚିକିତ୍ସା ଟିକେ ବି କରିପାରୁନାହାନ୍ତି । ଖାଇବାକୁ ମୁଠାଏ ଠିକ ଭାବେ ମିଳୁନଥିବା ବେଳେ ଚିକିତ୍ସା କେମିତି କରିବେ ? ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୁହାର ଲଗାଇ ଚିଠି ଲେଖିଛନ୍ତି କୁନି ପୁଅ ସୁନୀଲ ସେଠୀ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ରଘୁଦେଇପୁର ପଞ୍ଚାୟତର ଭାଗ୍ୟଧର ସେଠୀ । କିଡନୀ ନଷ୍ଟ ହୋଇଯିବା ପରେ ଏବେ ଶଯ୍ୟାଶାୟୀ ହୋଇପଡିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ଏବେ ଉପାସରେ ପୁରା ପରିବାର । ଚିକତ୍ସା ପାଇଁ ପାଖରେ ଟଙ୍କାଟିଏ ନାହିଁ । ଦିନ ଦିନ ଧରି ଉପାସ ରହିବା ପରେ ଭାଗ୍ୟଧରଙ୍କ ପୁଅ ସୁନୀଲ ମୁଖ୍ୟମନ୍ତ୍ରୀଙ୍କୁ ଚିଠି .ଲେଖି ଆକୁଳ ଅନୁରୋଧ କରିଛନ୍ତି । ୧୫ ଦିନ ହେଲା ଉପାସ ଥିବା ବେଳେ ବାପାଙ୍କୁ ଓୗଷଧ ଟିକେ ମିଳୁନି । ଡାକ୍ତରଖାନା ଯିବାକୁ ପାଖରେ ଭଡା ବି ନାହିଁ । ଏହି ଶୋଚନୀୟ ଅବସ୍ଥାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ସୁନୀଲ ।

ଚିକିତ୍ସା ପାଇଁ ଘର ଦ୍ବାର ସବୁ ବିକ୍ରି ହୋଇସାରିଛି । ପରିବାର କିଭଳି ଚଳିବ ଓ ଚିକିତ୍ସା କେମିତି ହେବ ନିସହାୟ ହୋଇପଡିଛନ୍ତି ପୁରା ପରିବାର । ଏବେ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ଆଶାରେ ଚାହିଁ ବସିଛନ୍ତି ।

କୌଣସି ସହୃଦୟ ବ୍ୟକ୍ତି ସାହଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯୋଗ କରିପାରିବେ

SASMITA SETHY

AC NO:35571866650

IFSC CODE:SBIN0000112

CIF NO:88919011744

PHNO:94370 44530

ବାପାଙ୍କ ଯନ୍ତ୍ରଣା ଦେଖି ଅସହାୟ ହୋଇପଡିଥିବା କୁନି ପୁଅ ମୋ ବାପାଙ୍କୁ ବଂଚାଇ ଦିଅ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ମନରେ ଅନେକ ଆଶା ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ତାଙ୍କୁ ଗୁହାରି ଶୁଣିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe