ବିପଦ ବେଳର ବନ୍ଧୁ ସାଜିଲେ ଭଦ୍ରକ ବାସୁଦେବପୁରର ମହିଳା ଚାଷୀ । ନିଜ କ୍ଷେତରେ ଫଳାଉଥିବା ସୁନାର ଫସଲକୁ ବିକ୍ରି ନକରି ଲୋକଙ୍କୁ ବାଂଟୁଛନ୍ତି ଛାୟାରାଣୀ

281

କନକ ବ୍ୟୁରୋ: ବିପଦ ବେଳର ବନ୍ଧୁ ସାଜିଲେ ମହିଳା ଚାଷୀ । ନିଜ ହାତରେ କ୍ଷେତରେ ଫଳାଇଛନ୍ତି ଭଳିକି ଭଳି ପରିବା । ଆଉ କରୋନା ସଂକଟ ବେଳେ ଏହାକୁ ବିକ୍ରି ନକରି ଅସୁବିଧାରେ ଥିବା ଲୋକଙ୍କୁ ବାଂଟି ଦେଉଛନ୍ତି ଏହି ମହିଳା ଚାଷୀ ଜଣକ । ଭଦ୍ରକ ବାସୁଦେବପୁର କୁରୁଦା ଗାଁରେ ଛାୟାରାଣୀଙ୍କ ପୁରା ପରିବାର ଏହି ପରିବା ଚାଷ କାମରେ ଲାଗିଛନ୍ତି । ଆଉ ସବୁଠାରୁ ବଡକଥା ହେଉଛି ପୁରା ପରିବାର କ୍ଷେତରୁ ପରିବା ତୋଳି ତାକୁ ପ୍ୟାକେଟ କରି ଟ୍ରଲି ଟେମ୍ପୁ ଜରିଆରେ ଲୋକଙ୍କ ନିକଟରେ ପହଂଚାଉଛନ୍ତି । ଭେଣ୍ଡି, ବାଇଗଣ, କାଖାରୁ ଓ ଟମାଟୋ ଭଳି ପରିବା ଗୋଟିଏ ଗୋଟିଏ ପ୍ୟାକେଟରେ ଭର୍ତି କରି ପରିବଲ ଲୋକେ ଅସୁବିଧାରେ ଥିବା ଲୋକଙ୍କୁ ବାଂଟି ଦେଉଛନ୍ତି ।

ସେହିପରି ଜନ୍ମଦିନରେ ମୂଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନକଲେ ସଂଚିତ ଅର୍ଥ । କୁନି ପିଲାର ଏପରି ମହତ ପଣିଆକୁ ତାଳିମାରି ସ୍ୱାଗତ କଲେ ଜନସାଧାରଣ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ପଂଚାୟତ ହେଙ୍ଗପୁତି ଗାଁର ଅସ୍ତିକଙ୍କ ଏପରି କାମକୁ ନେଇ ଏବେ ସବୁଠି ଚର୍ଚା । ପିଲା ଦିନରୁ ଅସ୍ତିକ୍ ତାଙ୍କ ବାପାଙ୍କୁ ହରାଇଛନ୍ତି । ମା ମମତାମୟୀ ଦାଶ ଦୁଃଖ କଷ୍ଟରେ ପୁଅକୁ ମଣିଷ କରିବା ପାଇଁ ଦିନ ରାତି ଏକ କରିଦେଇଥିବା ବେଳେ ଏଥର ଜନ୍ମ ଦିନରେ ଅସ୍ତିକ୍ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଜରିଆରେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ ହଜାର ଟଙ୍କା ଦେଇଛନ୍ତି । ସହାୟତା ଦେବା ପରେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ ଏହି କୁନି ବାଳକ ଅସ୍ତିକକୁ କରତାଳି ଦେଇ ସ୍ୱାଗତ କରିଥିଲେ ।