କନକ ବ୍ୟୁରୋ: ମଧ୍ୟପ୍ରଦେଶ ଇନ୍ଦøର ବାସିନ୍ଦା ଆଦିରା ପୋଡୱାଲ । ବୟସ ମାତ୍ର ୪ ବର୍ଷ । ବୁଦ୍ଧି କିନ୍ତୁ ଚିନ୍ତାର ବାହାରେ । ଏଇ କୁନି ବୟସରେ ଆଦିରା ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ଥାନ ନିର୍ଣ୍ଣୟ କରିପାରିଛନ୍ତି, ରଚିଛନ୍ତିିଣ୍ଟଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ ।

Advertisment

ମାତ୍ର ଚାରି ବର୍ଷ ବୟସରେ କମାଲ କଲେ କୁନିଝିଅ ଆଦିରା । ୧୫ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ସେ ଚଟାପଟ ଉଭୟ ଭାରତୀୟ ସଂଖ୍ୟା ଓ ଅନ୍ତର୍ଜାତୀୟ ସଂଖ୍ୟାରେ ପଢି ରେକର୍ଡ କରିଛନ୍ତି । କେଜି-୧ରେ ପଢୁଥିବା ଆଦିରା ଯେଉଁ ସଂଖ୍ୟା ଆମମାନଙ୍କ ପାଇଁ ପଢିବା ଅସମ୍ଭବ ତାକୁ ସେ ନିମିଷକେ କହିପକାନ୍ତି । ବିଲିଅନ୍, ଟ୍ରିଲିଅନ୍ ନୁହେଁ ଶଂଖ, ପଦ୍ମ ପରି ସଂଖ୍ୟାକୁ ସେ ସଙ୍ଗେସଙ୍ଗେ କହିପକାନ୍ତି । ଏଥିରୁ ଯେଉଁ ନିର୍ଦ୍ଦିଷ୍ଟ ଅଙ୍କର ପ୍ଲେସ୍ ଭ୍ୟାଲ୍ୟୁ ପଚାରିଲେ ସେକେଣ୍ଡରେ ଉତ୍ତର ଦିଅନ୍ତି ।

publive-image

ଆଦିରା ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି । ତେବେ ତାଙ୍କର ଏହି ସଫଳତା ପଛରେ ମା’ ପାୟଲ ପୋଡୱାଲ ଓ ଶିକ୍ଷୟିତ୍ରୀ ନିହାରିକା ଯୋଶୀଙ୍କର ବିଶେଷ ଅବଦାନ ରହିଛି । ପାୟଲ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାବେଳେ ବାପା ଆଶୁତୋଷ ପୋଡୱାଲ ଜଣେ ବିଜିନେସ୍ ଡେଭଲପମେଣ୍ଟ ମ୍ୟାନେଜର । ତେବେ ଝିଅ ଆଦିରା ଖେଳକୁଦରେ ବେଶ୍ ସକ୍ରିୟ ଥିଲେ ବି ସଂଖ୍ୟା ତଥା ଗଣିତ ପ୍ରତି ତା’ର ବିଶେଷ ଆକର୍ଷଣ ଥିବା କୁହନ୍ତି ମା’ ପାୟଲ ।