ହାତୀକୁ ସାଧାରତଃ ସବୁଠୁ ଶାନ୍ତ ଜୀବ ବୋଲି କୁହାଯାଏ କିନ୍ତୁ ଯେତେବେଳେ ସେ ରାଗି ଯାଏଁ ସେତେବେଳେ ସବୁକିଛି ଭାଙ୍ଗି ଭୁଙ୍ଗି ଚୁରମାର କରିଦିଏ । ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏକ ହାତୀ ଛୁଆ ଅକାତକାତ ନଈ ପାଣିରେ ଜଣେ ଯୁବକ ବୁଡି ଯାଉଥିବା ଦେଖିବାକୁ ପାଇଥିଲା ଆଉ ଯୁବକଟିକୁ ବଂଚାଇବା ପାଇଁ ହାତୀ ଛୁଆଟି ହଠାତ୍ ପାଣି ଭିତରକୁ ପଶିଯାଇଥିଲା ଏବଂ ତାକୁ କୂଳକୁ ନେଇ ଆସିଥିଲା ।
ତେବେ ହାତୀ ଆଉ ମଣିଷର ଏହି ୪୩ ସେକେଣ୍ଡର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଜଣେ ୟୁଜର ତାଙ୍କ ଟୁଇଟର ଆକାଉଂଟରେ ସେୟାର କରି ଲେଖିଛନ୍ତି କି,ମୋ ହୃଦୟ କାନ୍ଦୁଛି । ହାତୀ ଛୁଆଟିକୁ ଲାଗିଥିଲା କି ଯୁବକଟି ନଈ ପାଣିରେ ବୁଡି ଯାଉଛି । ତେଣୁ ତାକୁ ବଂଚାଇବା ପାଇଁ ସେ ପାଣି ଭିତରକୁ ଡେଇଁ ପଡିଥିଲା । କିନ୍ତୁ ବାସ୍ତବ କଥା ହେଲା ଆମେ ଏଭଳି କେବେ ହୋଇପାରିବା ନାହିଁ ।
My heart 😭
This baby elephant thought he was drowning and rushed to save him ❤️
We really don't deserve them. pic.twitter.com/4D5CfFLBfs
— StanceGrounded (@_SJPeace_) September 14, 2019