କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ କ୍ରିକେଟପ୍ରେମୀ ଚାହିଁ ରହିଥିବା ବେଳେ ପଲେକଲରେ ବର୍ଷା ଆରମ୍ଭ ହୋଇଛି । ଟସ୍ ପଡିବାକୁ ଆଉ କିଛି ସମୟ ବାକି ଥିବା ବେଳେ ବର୍ଷା ଆରମ୍ଭ ହୋଇଛି । ତେଣୁ ବର୍ଷା ଲାଗି ରହିଲେ ଟସ୍ ବିଳମ୍ବିତ ହୋଇପାରେ । ଏହାଛଡା ଆଜି ବର୍ଷା ସମ୍ଭାବନା ରହିଥିବାରୁ ଟସ୍ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇପାରନ୍ତି । କାରଣ ମ୍ୟାଚ୍ ମଝିରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମ୍ୟାଚର ଫଳାଫଳ ପାଇଁ ଡକୱର୍ଥ ଲୁଇସ ନିୟମର ଉପଯୋଗ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

Advertisment

ପଲେକଲରେ ବର୍ଷା ହେଉଥିବା ବେଳେ ପିଚକୁ ସମ୍ପୂର୍ଣ୍ଣ ଢାଙ୍କି ଦିଆଯାଇଛି । ଏହାପୂର୍ବରୁ ପାକିସ୍ତାନ ନିଜ ପ୍ରଥମ ମୁକାବିଲାରେ ନେପାଳକୁ ବଡ ବ୍ୟବଧାନରେ ମାତ୍ ଦେଇଥିବା ବେଳେ ଆଜି ଭାରତ ସହ ଖେଳିବ । ଅନ୍ୟପଟେ ପାକିସ୍ତାନ ସହ ଖେଳି ଭାରତ ନିଜର ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଏମିତିରେ ଦେଖିବାକୁ ଗଲେ ପଲେକଲରେ ଭାରତ ସପକ୍ଷରେ ରେକର୍ଡ ରହିଛି । ବର୍ଷା ପାଇଁ ଟସ୍ ବିଳମ୍ବିତ ହେଉଥିବା ବେଳେ ଦୁଇ ଦଳର ଖେଳାଳୀ ଷ୍ଟାଡିୟମରେ ପହଞ୍ଚି ସାରିଛନ୍ତି ।