ଛୋଟ ହେଲେବି ହୃଦୟ ବଡ଼ : ପିଗି ବ୍ୟାଙ୍କ ଭାଙ୍ଗି ପୋଲିସକୁ ଟଙ୍କା ଦେଲେ ଛାତ୍ର ଇଶାନ ନାୟକ

ଅତ୍ୟବଶ୍ୟକ ସାମଗ୍ରୀ କିଣି କର୍ମଚାରୀଙ୍କୁ ବାଂଟିବା ପାଇଁ ଦେଲେ ପ୍ରସ୍ତାବ; ୪୩ ହଜାର ରଖି ବାକି ଟଙ୍କା ଫେରାଇ ଦେଲେ ପୋଲିସ କମିଶନର

298

କନକ ବ୍ୟୁରୋ : ଛୋଟ ହେଲେବି ବଡ ହୃଦୟ । ସେ ବୁଝି ପାରୁଛି କରୋନାର ସ୍ଥିତି । ସେଥିପାଇଁ ତ ନିଜର ପିଗି ବ୍ୟାଙ୍କ ଭାଙ୍ଗି ପୋଲିସକୁ ସମସ୍ତ ଟଙ୍କା ଦେବାକୁ ଆଗେଇ ଆସିଛନ୍ତି । ସେହି ପଇସାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସାଇ ଇଂଟରନ୍ୟାସନାଲ ସ୍କୁଲରେ ଷ୍ଟାଣ୍ଡାଡ ସିକ୍ସରେ ପଢ଼ୁଥିବା ଛାତ୍ର ଇଶାନ ନାୟକ ଏହି ମହତ କାମ କରିବାକୁ ଆଗେଇ ଆସିଛନ୍ତି । ଛାତ୍ରଙ୍କ ହାତରୁ ୪୩ ହଜାର ଟଙ୍କା ନେଇ ବାକି ସମସ୍ତ ଟଙ୍କା ଫେରାଇ ଦେଇଛନ୍ତି ପୋଲିସ କମିଶନର । ଏହା ସହ କମିଶନର କହିଛନ୍ତି ଏହି ଟଙ୍କାରେ ଆସୋସିଏସନ ଜିନିଷ କିଣାଯିବ ଏବଂ ସେହି ଜିନିଷ ତାଙ୍କ ହାତରେ ପୁଲିସ କର୍ମଚାରୀଙ୍କୁ ବଂଟାଯିବ ।