ସାହିତ୍ୟିକ ସାତକଡି ହୋତାଙ୍କ ଦେହାନ୍ତ । ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଥିଲେ ବିରଳ ବ୍ୟକ୍ତିତ୍ୱ ।

204

କନକ ବ୍ୟୁରୋ:ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ଘଟିଛି। ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରେ ସେ ଥିଲେ ଜଣେ ବିରଳ ବ୍ୟକ୍ତିତ୍ୱ । ଆଜି ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।
ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି ହୋତା। ୧୯୨୯ ମସିହାରେ ମୟୂରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସେ ଜନ୍ମଗ୍ରହଣ କରିଥିଲେ। ଶତାଧିକ ପୁସ୍ତକର ସେ ରଚୟିତା ଥିଲେ। ବ୍ୟାକୁଳ ହୃଦୟ , ସ୍ୱପ୍ନ ଶିଉଳି , ଏତେ ସ୍ୱପ୍ନ ଏତେ ଆଲୋକ, ଅନେକ କାଳଜୟୀ ପୁସ୍ତକର ସେ ରଚୟିତା ଥିଲେ। ସାମ୍ବାଦିକତା କ୍ଷେତ୍ରରେ ବି ସେ ନିଜ ଛାପ ଛାଡିଯାଇଛନ୍ତି। ଦୈନିକ ଖବର କାଗଜ ‘ସମୟ’ର ସେ ସମ୍ପାଦକ ଥିଲେ।