ସୋସିଆଲ ମିଡିଆରେ ଭାଇରାଲ ହେଉଛି ସମାଜସେବୀ ଆଦିତ୍ୟ ଦାସଙ୍କ ବନ୍ଧୁ ଓ ପତ୍ନୀଙ୍କ ଅଡିଓ କ୍ଲିପ : ସେପଟେ ଆଦିତ୍ୟ ମୃତ୍ୟୁ ମାମଲାରେ ଆଜି ୪ ଜଣଙ୍କୁ ଜେରା କରିବ ଜିଆରପି, ସମସ୍ତଙ୍କୁ ଜେରା ପରେ ହେବ ବିଦ୍ୟାଶ୍ରୀଙ୍କ ବୟାନ ରେକର୍ଡ 

807

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟଦାସ ମୃତ୍ୟୁ ମାମଲାରେ ଆଜି ଆଉ ୪ ଜଣଙ୍କୁ ହେବ  ଜେରା ।  ଖୁବ ଶୀଘ୍ର ୨ ସାଂଗ ଦୀପକ ଓ ସୋନୁଙ୍କ ମଧ୍ୟ ଜେରା କରାଯିବ । ଗତକାଲି ୩ ବନ୍ଧୁଙ୍କୁ ଜେରା କରିଥିଲା ଜିଆରପି । ୩ ଜଣଙ୍କ ମଧ୍ୟରେ  ଜଣେ ଯୁବତୀ ଓ ୨ ଯୁବକ ଥିଲେ । ଗତକାଲି ଘର ମାଲିକଙ୍କୁ ବି ଜେରା କରାଯାଇଥିଲା । କେବେଠାରୁ ଭଡାରେ ଥିଲେ, କେବେ ଝଗଡା ହୋଇଥିଲା କି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି  ଥିଲା ସେ ନେଇ ପଚରାଉଚରା କରାଯାଇଥିଲା । ଏହା ସହ ବାଳକାଟିରେ ଥିବା ଏସବିଆଇ ଆକାଉଂଟ ଓ କଳିଙ୍ଗ ବିହାର ୟନିୟନ ବ୍ୟାଙ୍କ ଆକାଉଂଟର ଖୋଳତାଡ  କରାଯାଇଛି ।  ସମସ୍ତଙ୍କ ବୟାନ ରେକର୍ଡ ପରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ଜେରା କରାଯିବ ।ସେପଟେ ବିଦ୍ୟାଶ୍ର ଓ ବିକାଶଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ଭିତରେ ମନମାଳିନ୍ୟ ଥିବା ଜଣାପଡୁଛି ।