Source:Intense Orgasm
ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପର ଶିକାର ହେଉଥିବାର ଶୁଣିବାକୁ ମିଳୁଛି। ଏଭଳି ରୋଗର ଆଶଙ୍କା ଥାଇ ମଧ୍ୟ ଅଧିକାଂଶ ଲୋକ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି।
କିନ୍ତୁ ଆପଣ କ’ଣ ଜାଣନ୍ତି ଯେ,ଏହାର ଏକ ସହଜ ଏବଂ ସରଳ ଉପାୟ ଅଛି। ପ୍ରତ୍ୟେହ କେବଳ ଅଧଘଣ୍ଟା ସଙ୍ଗୀତ ଶୁଣିଲେ ହାଇପରଟେନସନ୍ ହେବାର ଆଶଙ୍କାରୁ ରକ୍ଷା ମିଳିଥାଏ। ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ ଡ଼ ମନୁ ଅଗ୍ରଓ୍ଵାଲଙ୍କ ମତରେ ସଙ୍ଗୀତ ମନୁଷ୍ୟର ମାନସିକ ଉତ୍ତେଜନା ହ୍ରାସ କରିବାରେ ସହାୟକ ହୋଇଥାଏ। ତା’ ଛଡ଼ା ଏହା ମଣିଷକୁ ଶାନ୍ତି ବି ପ୍ରଦାନ କରିଥାଏ। ଏକ ଗଷେଣାରୁ ଜଣାଯାଇଛି ଯେ, ନିୟମିତ ରୂପେ ସଙ୍ଗୀତ ଶୁଣିଲେ ସକରାତ୍ମକ ଭାବନା ବି ବୃଦ୍ଧି ହୋଇଥାଏ। ଖାଲି ସେତିକି ନୁହେଁ, ଅନେକ ରୋଗର ଚିକିତ୍ସା ବି ସଙ୍ଗୀତ ଜରିଆରେ ସମ୍ଭବ । ମାନସିକ ଅବସାଦ, ମୁଣ୍ଡ ବିନ୍ଧା ଭଳି ସାଧାରଣ ରୋଗର ଶିକାର ହେଉଥିବା ଲୋକେ ବି ସଙ୍ଗୀତର ସହାୟତା ନେଇପାରନ୍ତି ବୋଲି ଏହି ଗବେଷଣାରେ କୁହାଯାଇଛି।
Follow Us