କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ୪୦ ଜଣିଆ ଏହି ଷ୍ଟାର ପ୍ରଚାରକ ତାଲିକାରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଥିବାବେଳେ, ନୂଆ କରି ବିଧାୟକ ହୋଇଥିବା ସୁରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ତେବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଏହି ନେତାମାନେ ଭୋଟ୍ ମାଗିବେ ।
ଷ୍ଟାର ପ୍ରଚାରକ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି । ତାଙ୍କ ସହିତ ବିରୋଧୀ ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱରୀ, ବିଜୟ ପାଲ ସିଂ ତୋମାର ମଧ୍ୟ ରହିଛନ୍ତି । ଏହାସହ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂହ ଦେଓ, ଗିରିଧର ଗମାଙ୍ଗୋ, ଅପରାଜିତା ଷଡଙ୍ଗୀ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ପୁରୋହିତ । ଆସନ୍ତା ୫ ତାରିଖରେ ପଦ୍ମପୁରରେ ଭୋଟ୍ ପଡିବାକୁ ଥିବାବେଳେ, ୮ ତାରିଖରେ ଆସିବ ପଦ୍ମପୁର ଫଳାଫଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/33-7.jpg)