ସପା’ର ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଅଖିଳେଶ ଧରିବେ ପ୍ରଚାରର ମଙ୍ଗ, ହେଲେ ତାଲିକାରେ ରହିଲାନି ମୁଲାୟମଙ୍କ ନାଁ

ସପା’ର ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଅଖିଳେଶ ଧରିବେ ପ୍ରଚାରର ମଙ୍ଗ, ହେଲେ ତାଲିକାରେ ରହିଲାନି ମୁଲାୟମଙ୍କ ନାଁ

କନକ ବ୍ୟୁରୋ: ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ସପା ତଥା ସମାଜବାଦୀ ପାର୍ଟି ଘୋଷଣା କରିଛି ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତେବେ ସପା ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ପ୍ରମୁଖ ମହାସଚୀବ ରାମ ଗୋପାଳ ଯାଦବଙ୍କ ସମେତ ବହୁ ନେତାମାନଙ୍କର ନାଁ ସାମିଲ ରହିଥିବା ବେଳେ  ମୁଲାୟମ ସିଂହ ଯାଦବଙ୍କର ନାଁ ନଥିବା ଦେଖିବାକୁ ମିଳିଛି ।

publive-image

ସପା ପକ୍ଷରୁ ଜାରି ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଷ୍ଟ୍ରୀୟ ମହାସଚିବ ଆଜମ ଖାଁ, ଜୟା ବଚ୍ଚନ, ଡିମ୍ପଲ ଯାଦବ, ରାଜେନ୍ଦ୍ର ଚୌଧୂରୀ, ରାମ ଗୋବିନ୍ଦ ଚୌଧୂରୀ, ଅହମଦ ହସନ, ଯାବେଦ ଅଲି ଖା, ବିଶମ୍ବର ପ୍ରସାଦ ନିଷାଦ, ସୁରେନ୍ଦ୍ର ନାଗର, ତେଜ ପ୍ରତାପ ଯାଦବ, ନରେଶ ଉତମ ପଟେଲ, ମୌଲାନା ଯାସୀନ ଅଲି ଉସ୍ମାନୀ, ମନୋଜ ପାରସ, ମହବୁବ ଅଲି ଏବଂ ସାହିଦ ମଂଜୁରଙ୍କୁ ବି ଲୋକସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ କରିଛି ଦଳ ।

publive-image

ଏହା ବ୍ୟତୀତ ଷ୍ଟାର ପ୍ରଚାରକ ତାଲିକାରେ କମାଲ ଅଖତର, ଦୟାରାମ ପ୍ରଜାପତି, ସରଫରାଜ ଖାନ, ସଂଜୟ ଗର୍ଗ, କଂୱର ହସନ, କୀରନ ପାଲ କଶ୍ୟପ, ପରୱେଜ ଅଲି, ସଂଜୟ ଆଠର, ଜିତେନ୍ଦ୍ର ଯାଦବ, ରାକେଶ ଯାଦବ, ଆଶୁ ମଲିକ, ରାଜପାଲ କଶ୍ୟପ, ଉମର ଅଲି ଖା, ରମେଶ ପ୍ରଜାପତି, ଜୟବୀର ସିଂହ , ଗୁଲାମ ମୋହମ୍ମଦ, ଅଶୋକ ଚୌଧୂରୀ, ଜଗପାଲ ଦାସ ଗୁର୍ଜର, ରୁଦ୍ରସେନ , ସୁବୋଧ ନାଗର, ଡା ସୁଧିର ପାୱର, ସର୍ବେଶ କଠାରିଆ ଏବଂ ଆକିଲ ମୁର୍ତଜାଙ୍କ ନାଁ ମଧ୍ୟ ସାମିଲ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe