ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଦଳର ସୁପ୍ରିମୋ ନବୀନଙ୍କ ସହ ପ୍ରଚାର ମୈଦାନରେ ନଜର ଆସିବେ ଭି.କେ ପାଣ୍ଡିଆନ୍ ।

2,678

କନକ ବ୍ୟୁରୋ: ୨୧ ଲୋକସଭା ଏବଂ ୧୩୫ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ବିଜୁ ଜନତା ଦଳ । ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଥିବାବେଳେ ତାଲିକାର ଦ୍ୱିତୀୟରେ ଅଛନ୍ତି ଭି,କେ ପାଣ୍ଡିଆନ୍ । ତେବେ ପ୍ରଥମଥର ପାଇଁ ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ମୈଦାନରେ ନବୀନଙ୍କ ସହ ଭି,କେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିବ । ସରକାରଙ୍କ ଜନହିତକରୀ ଯୋଜନାର ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ୍ ଭିକ୍ଷା କରିବେ ଏହି ଷ୍ଟାର ପ୍ରଚାରକ । ଏହା ମଧ୍ୟରେ ଭି,କେ ପାଣ୍ଡିଆନଙ୍କୁ ମଧ୍ୟ ପ୍ରଚାର ମୈଦାନରେ ଦେଖିବାକୁ ପାଇବେ ଭୋଟର ।