ବାଲେଶ୍ବର ସଦର ଥାନା ଅଧୀନ କସବା ଫାଣ୍ଡି ଦେଇ ଯାଇଥିବା ରାସ୍ତାରୁ ଏକ ମଦବୋଝେଇ ବୋଲେରୋ (ଓଆର-୦୫ଏଏଚ୍-୬୯୨୫)କୁ ଧରାଯାଇଛି । ଜବତ ହୋଇଥିବା ବୋଲେରୋ ଆଜି ଦ୍ବି-ପ୍ରହର ସମୟରେ ପୁରୁଣା ବାଲେଶ୍ବରରୁ ଦେଶୀମଦ ନେଇ ଯାଉଥିବା ବେଳେ ଖବର ପାଇ ସଦର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ ସେମାନଙ୍କୁ ଧରିବା ପାଇଁ ପିଛା କରିଥିଲେ ।
ହେଲେ ଉକ୍ତ ବୋଲେରୋରେ ଥିବା ଡ୍ରାଇଭର ଓ ଆଉ ଜଣେ ବ୍ୟକ୍ତି ଏହା ଜାଣିପାରି କସବା ଛକ ନିକଟ ରାସ୍ତାରେ ଗାଡ଼ି ରଖି ଖସି ପଳାଇଥିଲେ । ଜବତ ହୋଇଥିବା ଗାଡ଼ିରୁ ୧୦୦୦ ଲିଟରରୁ ଅଧିକ ଦେଶୀମଦ ରହିଥିବା ଜଣାଯାଇଛି । ଏହା ପୁରୁଣା ବାଲେଶ୍ବରରୁ ଗୋପାଳପୁର, ବାହାନଗା ଦେଇ ଭଦ୍ରକ ଯାଉଥିବା ଜଣାପଡ଼ିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୫୫/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/734283-liquor-012917.jpg)