କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପରାଧୀଙ୍କୁ ଧରିଲା ପୁଲିସ । ଦୁଇ ମଦ ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା କଟକ ଜିଲ୍ଲା ଅବକାରୀ ପୁଲିସ । ବାରଙ୍ଗ ଛକ ନିକଟରେ ଆଜି ଭୋର ସମୟରେ ଅବକାରୀ ପୁଲିସ ଓ ମଦ ମାଫିଆ ମୁହାଁମୁହିଁ ହୋଇଥିଲେ । ମଦ ମାଫିଆ ଏକ ଧଳା ରଙ୍ଗର ସ୍କର୍ପିଓରେ ମଦ ନେଇ ଯାଉଥିବା ବେଳେ ଚଢାଉ କରିଥିଲା ପୁଲିସ । ପୁଲିସକୁ ଦେଖି ପଛକୁ ପଛକୁ ଗାଡି ନେଇଥିଲେ ସର୍ପିଓରେ ଥିବା ଅଭିଯୁକ୍ତ । ଆଉ ଅନ୍ୟ ଏକ ଗାଡିରେ ତାଙ୍କୁ ପିଛା କରିଥିଲେ ଅବକାରୀ ଟିମ ।

Advertisment

ପ୍ରାୟ ଗୋଟିଏ ମିନିଟ ଧରି ସ୍କର୍ପିଓ ପଛକୁ ପଛକୁ ଯାଉଥିବା ବେଳେ ଫିଲ୍ମ ଷ୍ଟାଇଲରେ ପିଛା କରୁଥିଲେ ଅବକାରୀ ଟିମ୍ । ପରେ ସ୍କର୍ପିଓକୁ ଅଟକାଇବା ସହ ଦୁଇ ଅଭିଯୁକ୍ତଙ୍କୁ ଧରିପାରେ ସକ୍ଷମ ହୋଇଥିଲା ପୁଲିସ । ସେମାନଙ୍କ ଠାରୁ ୧ ହଜାର ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଜବତ ମଦରୁ ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମଳିଛି । ତେବେ ଅଭିଯୁକ୍ତମାନେ ଆଠଗଡରୁ ମଦ ଆଣି ବାରଙ୍ଗ ଅଞ୍ଚଳରେ ବିକ୍ରି କରୁଥିବା କଟକ ଜିଲ୍ଲା ଅବକାରୀ ଏସସି କହିଛନ୍ତି ।