କନକ ବ୍ୟୁରୋ: ଏଥର ବଜେଟରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଫୋକସ୍ କରିଛନ୍ତିି । ଯାହାର ଖର୍ଚ୍ଚକୁ ଭରଣ କରିବାକୁ ଯାଇଁ କେନ୍ଦ୍ର ସରକାର ବିଭିନ୍ନ ଉତ୍ପାଦର ଦାମ ବଢାଇଛନ୍ତି । ଅନେକ ସାମଗ୍ରୀ ଉପରେ କୃଷି ସେସ୍ ଲାଗୁ କରାଯାଇଛି, ଯାହାକି ଫେବୃଆରୀ ୨ ତାରିଖରୁ ଲାଗୁ ହେବ ।
ଏହି କ୍ରମରେ କାଲିଠୁ ଦେଶରେ ମଦ ମହଙ୍ଗା ହେବ । ଏହା ପରେ କେନ୍ଦ୍ର ସରକାର ଶତ ପ୍ରତିଶତ କୃଷି ସେସ୍ ଲାଗୁ କରିଛନ୍ତି । ତା ସହ ପେଟ୍ରୋଲ ଓ ଡିଜେଲ ରେଟ୍ ମଧ୍ୟ ବଢିବ । କାଲିଠାରୁ ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇପାରେ ।
ଏହାସହ ବିଦେଶୀ ମୋବାଇଲ୍ , ମୋବାଇଲ୍ ଉପକରଣ , ବିଦେଶରୁ ଆସୁଥିବା କପଡା , ବିଦେଶୀ ଅଟୋ ପାର୍ଟସ, ବିଦ୍ୟୁତ ଉପକରଣ । ସୋଲାର ଇନଭର୍ଟର, ବିଦେଶୀ ଖାଦ୍ୟ ତୈଳ ଆଦି ସାମଗ୍ରୀର ଦାମ ବଢିବ । ସେହିପରି ନୂଆ ବଜେଟରେ ସୁନା, ରୁପା, ଲୁହା , ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ ଆଦି ଶସ୍ତା ହେବ ବୋଲି ଜଣାପଡିଛି ।