କନକ ବ୍ୟୁରୋ : ଚୋରା ମଦ କାରବାର କରୁଥିବା ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଦୁଇ ପୋଲିସ କର୍ମଚାରୀ ହଟହଟା । ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ମଦ ମାଫିଆ । ଭଦ୍ରକ ସାବରଙ୍ଗ ଥାନା ଅନ୍ତର୍ଗତ ଇଛାପୁର ସ୍ଥିତ ମାମଲି ହୋଟେଲରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ଚାଲିଛି । ସ୍ଥାନୀୟ ବାସିନ୍ଦା ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ।

Advertisment

ଚୋରାରେ ମଦ ବିକ୍ରି ଖବର ପାଇ ସାବରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ପୋଲିସ କର୍ମଚାରୀଙ୍କୁ ହଠାତ୍ ମଦ ମାଫିଆ ଦଇତାରୀ ନାୟକ, ମନ ନାୟକ, ରାଜଲକ୍ଷ୍ମୀ ନାୟକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଗୁରୁତର ପୋଲିସ ଏସଆଇ ରାମଚନ୍ଦ୍ର ପାତ୍ର ଓ ଏସଆଇ ଜୟଶ୍ରୀ ଦାସ ମଦ ମାଫିଆଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ପୋଲିସ ଅଟକ ରଖିବା ବେଳେ ଅନ୍ୟ ଜଣକୁ ଖୋଜାଖୋଜି କରୁଛି ।