ବୋତଲରେ ନୁହେଁ ପଇଡ଼ରେ ମିଳୁଛି ମଦ । ପଇଡ଼ କାଟିଲେ ନଡ଼ିଆ ପାଣି ବଦଳରେ ବାହାରୁଛି ନାଲିପାଣି ।

1,092

କନକ ବ୍ୟୁରୋ : ଆପଣ ସବୁଦିନ ସକାଳୁ ହୁଏତ ପଇଡ଼ ପାଣି ପିଉଥିବେ । କୁହାଯାଏ ପଇଡ଼ ପାଣି ସ୍ୱାସ୍ଥ୍ୟପକ୍ଷେ ଅନେକ ଉପଯୋଗୀ । କିନ୍ତୁ ଆପଣ ପିଉଥିବା ପଇଡ଼ ପାଣିରୁ ଯଦି ମଦ ବାହାରିବ, ଏହା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଉ ବାସ୍ତବରେ କିଛି ଏଭଳି ହିଁ ଘଟଣା ଦେଖିବାକୁ ମିଳିଛି ।

ପଇଡ଼ ଭିତରେ ମଦ । ପୋଲିସର ନାକ ତଳେ ରାସ୍ତା କଡରେ ବେଧଡକ ଚାଲିଛି ବେଆଇନ୍ ମଦ କାରବାର । ବିହାରରେ ମଦ କିଣିବା ଏବଂ ବିକ୍ରି କରିବା ବେଆଇନ୍ ହୋଇଥିବା ବେଳେ କିଛି ଏହିଭଳି ଢଙ୍ଗରେ କାରବାର ଜମାଇଛନ୍ତି ବେପାରୀ । ଦିନ ଦ୍ୱିପହରରେ ପଇଡ଼ ପାଣି ନାଁରେ ଲୋକମାନଙ୍କୁ ବେଧଡକ ମଦ ବିକ୍ରି କରାଯାଉଥିବା ବେଳେ ଏହାର ସୁରାକ ପାଉନି ପୋଲିସ ।

ପ୍ରଥମେ ପଇଡକୁ କାଟି ତା ଭିତରେ ଥିବା ପାଣିକୁ ବାହାର କରିଦିଆଯାଉଛି, ଏବଂ ପଇଡ଼ ଭିତରେ ମଦ ଭର୍ତ୍ତି କରାଯାଉଛି । ଆଉ ଏହା ପରେ ମଦ ଭର୍ତ୍ତି ଥିବା ଏହି ପଇଡ଼କୁ ଲୋକମାନଙ୍କୁ ବିକ୍ରି କରାଯାଉଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକକୁ ଗିରଫ କରିଥିବା ବେଳେ ବିପୁଳ ପରିମାଣରେ ମଦ ଜବତ ମଧ୍ୟ କରାଯାଇଛି ।