ବଢିଲା ନାଲିପାଣିର ଦାମ: ସରକାର ଆଦାୟ କରିବେ ସ୍ୱତନ୍ତ୍ର କରୋନା ଟିକସ; ମଦର ମୂଲ୍ୟରେ ଟିକସ ୭୦% ବୃଦ୍ଧି, ଆଜିଠୁ ହେବ ଲାଗୁ ବର୍ଦ୍ଧିତ ଦର

ଦିଲ୍ଲୀ ସରକାର ବଡ ନିଷ୍ପତି

1,642

କନକ ବ୍ୟୁରୋ: ଦିଲ୍ଲୀରେ ମହଙ୍ଗା ହେଲା ମଦ । ଦିଲ୍ଲୀ ସରକାର ବଡ ନିଷ୍ପତି ନେଇ ମଦର ଦାମରେ ୭୦ ପ୍ରତିଶତ ଟିକସ ବୃଦ୍ଧି ଘୋଷଣା କରିଛନ୍ତି । ଦିଲ୍ଲୀ ସରକାର ସ୍ପେଶାଲ କରୋନା ଫିସ ନାମରେ ଏହି ଦର ବଢାଇଦେଇଛନ୍ତି । ଏହି ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହେବ । ଯେଉଁ ମଦ ବୋତଲର ଦାମ ୫ଶହ ଟଙ୍କା ଏବେ ତାକୁ ୮୫୦ଟଙ୍କା ଦେଇ ଲୋକେ କିଣିବେ ।

ତାଲାବନ୍ଦର ତୃତୀୟ ପର୍ଯ୍ୟାୟର ବିଭିନ୍ନ ସ୍ଥାନରେ କଟକଣା କୋହଳ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିଥିବା ବେଳେ ଦୋକାନ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ କିଲୋମିଟର ଯାଏଁ ଲମ୍ବିଛି ଏହି ଲାଇନ୍ । ଦିଲ୍ଲୀରେ ପରିସ୍ଥିତି ଏପରି ହେଲା ଯେ ମଦ ଦୋକାନ ଆଗରେ ଭିଡ ନିୟନ୍ତ୍ରଣ ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।

କରୋନା ଭଳି ଏକ ମାରାତ୍ମକ ମହାମାରୀ ପାଇଁ ଲକଡାଉନ ଜାରି ରହିଛି । ଅବଶ୍ୟ ତୃତୀୟ ପର୍ଯ୍ୟାୟରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଏହି ଅନୁମତି ପାଇବା ମାତ୍ରେ ସାରା ଦେଶରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିବ ତାହା ବୋଧହୁଏ କେହି ଚିନ୍ତା କରିନଥିଲେ । ଦିଲ୍ଲୀରେ ଅସମ୍ଭାଳ ଭିଡ ହେବାରୁ ଲୋକଙ୍କୁ ଘଉଡାଇବା ପାଇଁ କୃଷ୍ଣନଗର ଅଂଚଳରେ ଲାଠି ଚାର୍ଜ କରିଥିଲା ପୋଲିସ୍ । ଏପରିକି ମଦଦୋକାନକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା ।