କନକ ବ୍ୟୁରୋ: ନୂଆ ସରକାର, ନୂଆ ଜୋଶରେ ମନ୍ତ୍ରୀ । ମଦ ବନ୍ଦକୁ ନେଇ ଯେତେବେଳେ ସାରା ଦେଶରେ ବିତର୍କ ଚାଲିଛି, ଆଉ ଠିକ ସେତେବେଳେ ସାମାଜିକ ଓ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ବୟାନ ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଓଡ଼ିଶାକୁ ମଦମୁକ୍ତ ଓ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମନ୍ତ୍ରୀ । ଅନ୍ତର୍ଜାତୀୟ ନିଶା ନିବାରଣ ଦିବସରେ ଏହି ଆହ୍ୱାନ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

Advertisment
  • ମଦମୁକ୍ତ ହେବ ଓଡ଼ିଶା!
  • କମିବ ନିଶା କାରବାର

ମନ୍ତ୍ରୀ କହିଛନ୍ତି, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ । ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ପର୍ଯ୍ୟାକ୍ରମେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବାସ୍ତବରେ ମନ୍ତ୍ରୀଙ୍କ ଆହ୍ୱାନ କେତେଦୂର କାର୍ଯ୍ୟକାରୀ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ଗୁଜରାଟ ଓ ବିହାର ଭଳି ଓଡ଼ିଶାରେ ବ୍ୟାନ୍ ହୋଇପାରିବ ତ ମଦ? କାରଣ ଓଡ଼ିଶାରେ ମଦରୁ ଆସୁଛି ପ୍ରଚୁର ରାଜସ୍ୱ । ୧୯୯୯ରେ ଅବକାରୀରୁ ରାଜସ୍ୱ ଥିଲା ୧୧୪ କୋଟି, ଆଉ ୨୦୧୫-୧୬ରେ ହଠାତ୍ ବଢ଼ି ୨୫ଶହ ୬୮ କୋଟିରେ ପହଞ୍ଚିଥିଲା । ଆଉ ୨୦୨୨-୨୩ ଅଗଷ୍ଟ ସୁଦ୍ଧା ୬ହଜାର ୪୫୫ କୋଟିରେ ପହଞ୍ଚିଥିଲା ଅବକାରୀ ରାଜସ୍ୱ ।

publive-imageଓଡ଼ିଶାରେ ଛତୁ ଫୁଟିଲା ଭଳି ଖୋଲୁଛି ମଦ ଦୋକାନ । ପୂର୍ବରୁ ସରକାରଙ୍କ ଅନୁମତିରେ ଶହଶହ ମଦ ଦୋକାନ ଖୋଲିଛି । ତେଣୁ ଏତେ ଗୁଡ଼ିଏ ମଦ ଦୋକାନ ବନ୍ଦ କରାଯାଇପାରିବ ତ? ରାଜ୍ୟରେ ବର୍ତ୍ତମାନ ୫୦୯ଟି ଠିପି ବନ୍ଦ ମଦ ଦୋକାନ ଥିବା ବେଳେ ୬୭୩ ଠିପି ଖୋଲା ମଦ ଦୋକାନ ରହିଛି । ସେହିପରି ୧୨୪୦ଟି ଶାଖା ମଦ ଦୋକାନ, ୫୧ଟି ତାଡ଼ି ଭାଟି, ୩୫ଟି ମିଲିଟାରୀ କ୍ୟାଂଟିନ, ୪୬ଟି ବିଅର ପାର୍ଲର ଓ ୧୯ଟି କ୍ଲବ ରହିଛି ।publive-image