ଶୀତଦିନେ କିପରି ନେବେ ଆପଣଙ୍କ ଓଠର ଯତ୍ନ

49

ବର୍ଷାଋତୁ ସରିଆସିଲାଣି, ଏବେ ଶୀତଋତୁ । ଥଣ୍ଡା ପରିବେଶ ଯୋଗୁ ଆମ ତ୍ୱାଚାରେ କେତେକ ପରିବରର୍ତନ ଦେଖାଯାଇଥାଏ । ଅଧିକାଂଶ ଲୋକଙ୍କର ସ୍କିନ ଡ୍ରାଏ ହେବା ସହ ଓଠ ଫାଟିବା ଭଳି ସମସ୍ୟା ଦେଖାଦେଇଥାଏା କିନ୍ତୁ ଯଦି ଓଠ ଫାଟେ ତାହେଲେ ଆପଣଙ୍କ ସମସ୍ୟା ଆହୁରି ବଢିଯାଏ । ସୁନ୍ଦର ଓଠ ମୁଖର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଶୀତ ଦିନେ ଅଧିକାଂଶ ଲୋକଙ୍କର ଓଠ ଫାଟିଥିବାର ଦେଖାଯାଏ । ତେଣୁ ଜାଣନ୍ତୁ ଶୀତ ଦିନେ କିପରି ନେବେ ଓଠର ଯତ୍ନ ।

– ଓଠ ଫାଟୁଥଲେ ସେଥିରେ ବାରମ୍ବାର ହାତ ନମାରି ଭେସଲିନ୍ ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କୁୁ ଉପଶମ ମିଳିବ ।

-ରାତି ଶୋଇବା ପୂର୍ବରୁ ଓଠରେ ହାତ ତିଆରି ନଡିଆତେଲ ବ୍ୟବହାର କରନ୍ତୁ । ଦେଖିବେ ଓଠ ଫାଟିବା କମିଯିବ ।

-ଆପଣ ଲିପବାମ ଭାବରେ ରନ୍ଧା ନଡ଼ିଆ ତେଲରେ ଗ୍ଲିସେରିନ୍ ମିଶାଇ ବ୍ୟବହାର ମଧ୍ୟ କରିପାରିବେ । ଯାହା ଦ୍ୱାରା ଫଟା ଓଠର ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।

– ସାଧାରଣତଃ ଦେଖାଯାଏ ଯେଉଁମାନଙ୍କର ଓଠ ଫାଟି ଥାଏ ସେମାନେ ବାରମ୍ବାର ତା’ଉପରେ ଜିଭ ବୁଲାନ୍ତି। କିନ୍ତୁ ଏପରି କରନ୍ତୁ ନାହିଁ, କାରଣ ଏପରି କଲେ ଓଠ ଆହୁରି ଫାଟିଥାଏ। ବରଂ ଏପରି ନକରି ଆପଣ ଓଠରେ ଲିପ୍ଗାର୍ଡ ଓ ପେଟ୍ରୋଲିୟମ ପ୍ରଡକ୍ଟର ଜେଲି ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ଓଠ ନରମ ହେବା ସହ ସୁନ୍ଦର ଦେଖାଯିବ । ଏଲୋଭେରା ଯୁକ୍ତ କୋଲ୍ଡ କ୍ରିମ୍ ଆପଣଙ୍କୁ ମଧ୍ୟ ଫଟା ଓଠ ସମସ୍ୟାରୁ ମୁକ୍ତି ଦେଇପାରିବ ।

– ଓଠକୁ ପରିଷ୍କାର ରଖିବା ପାଇଁ ଆପଣ ଉଷୁମ ପାଣିର ସାହାଯ୍ୟ ନେଇପାରିବେ । ତୁଳାକୁ ଗରମ ପାଣିରେ ବୁଡ଼ାଇ ଓଠକୁ ପରିଷ୍କାର କରନ୍ତୁ। ତା’ପରେ ରନ୍ଧା ନଡ଼ିଆ ତେଲ ବା ଗାଈ ଘିଅକୁ ଉଷୁମ କରି ହାଲକା ମାଲିସ୍ କରନ୍ତୁ। ଏହା ଆପଣଙ୍କ ଓଠକୁ ନୂଆ ଚମକ ଦେବ ।

-ଅନେକ ସମୟରେ ଦେଖାଯାଇଥାଏ,ବହୁ ଲୋକଙ୍କର ଓଠ ଫାଟି ସେଥିରୁ ରକ୍ତ ବାହାରେ। ଏହି ଅବସ୍ଥାରେ ମନ ଇଚ୍ଛା କୋଲ୍ଡକ୍ରିମ୍ ବା ପେଟ୍ରୋଲିୟମ୍ ଜେଲି ନ ଲଗାଇ ଡାକ୍ତର ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ ।