କନକ ବ୍ୟୁରୋ : ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ ଆସନ୍ତା କାଲି ଅର୍ଥାତ ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ଫାଇନାଲ ମ୍ୟାଚ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହଥିବା ବେଳେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର ।

Advertisment

ଏକ ରିପୋର୍ଟରେ ଦାବି କରାଯାଇଛି କି, ମେସି ଫାଇନାଲ ମ୍ୟାଚ ଖେଳି ନପାରନ୍ତି । ସେପଟେ ଫାଇନାଲ ମ୍ୟାଚ ପୂର୍ବରୁ ହୋଇଥିବା ଟ୍ରେନିଂ ସେସନରେ ମେସି ବି ଅନୁପସ୍ଥିତ ରହିଥିଲେ । ଏହାର କାରଣ ଭାବେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା କଥା କୁହାଯାଉଛି ।

ମେସି କ୍ରିଏସିଆ ବିରୋଧରେ ଖେଳୁଥିବା ବେଳେ ତାଙ୍କ ଅଣ୍ଠୁରେ ଆଘାତ ଲାଗିଥିଲା । ହେଲେ ସେତେବେଳେ ସେ ଠିକ୍ ଥିବା କଥା ନିଜେ କହିଥିଲେ । ସେ କହିଥିଲେ କି ମୁଁ ଫାଇନାଲ ମ୍ୟାଚ ଖେଳି ନିଜ ଦଳକୁ ସହାୟତା କରିବି । ସେପଟେ ମେସି ଆଘାତ ହୋଇଥିବା ଖବର ଶୁଣିବା ପରେ ପ୍ରଶଂସକମାନେ ଦୁଖିତ ହୋଇପଡିଛନ୍ତି ।

କହିରଖୁ କି ସାରା ବିଶ୍ୱରେ ଜଣେ ଖ୍ୟାତନାମା ଫୁଟବଲ ଖେଳାଳୀ ଭାବେ ମେସିଙ୍କ ନାମ ସବୁଠାରୁ ଆଗରେ ରହିଛି । ଏହାସହ ସେ ତାଙ୍କ ଅର୍ନ୍ତଜାତୀୟ ଫୁଟବଲ ଖେଳରୁ ଅବସର ନେବା କଥା ଘୋଷଣା କରିସାରିଛନ୍ତି । ସେ ଯଦି କାଲିର ଫାଇନାଲ ମ୍ୟାଚ ଖେଳନ୍ତି ତେବେ ତାହା ତାଙ୍କର ଶେଷ ଅର୍ନ୍ତଜାତୀୟ ମ୍ୟାଚ୍ ହେବ ।