କାହାର ବନ୍ଦୀ ହୋଇ ରହିବା ହେଉ ବା ପିଞ୍ଜରାରେ ଲୁହା ଶିକୁଳିରେ ବନ୍ଧା ହୋଇ ରହିବା ଜୀବନ ସବୁଠାରୁ କଷ୍ଟକର ହୋଇଥାଏ । ଦୀର୍ଘ ଦିନ ପରେ ଯେତେବେଳେ ଜଣେ ଏହି ବନ୍ଧନରୁ ମୁକ୍ତି ପାଇଥାଏ ସେତେବେଳେ ଏକ ନିଆରା ଅନୁଭବ ହୋଇଥାଏ । ମଣିଷ ହେଉ ବା ପଶୁ ସ୍ୱାଧୀନତାର ଜୀବନ ସମସ୍ତଙ୍କ ପାଇଁ ନୂଆ ଖୁସି ଓ ଅନୁଭୂତି ଆଣିଦେଇଥାଏ ।
The feeling of the lion on touching the soil for the 1st time in 13 years after being rescued from a circus👍🏻 pic.twitter.com/02LM7s1K0z
— Susanta Nanda IFS (@susantananda3) February 21, 2020
ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ୧୩ ବର୍ଷ ପରେ ସିଂହଟିଏ ସର୍କସରୁ ମୁକ୍ତ ହେବା ପରେ କିଭଳି କିଭଳି ଅନୁଭବ କରୁଛି ତାହା ଦେଖିବାକୁ ମିଳିଛି । ଯେଉଁଭଳି ଭାବେ ସିଂହଟି ଘାସ ଓ ମାଟିକୁ ଅନୁଭବ କରୁଛି ତାହାକୁ ଦେଖି ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ଭାବୁକ ହୋଇପଡିଛନ୍ତି । ଏହି ୨୭ ସେକେଣ୍ଡର ଭିଡିଓକୁ ଓଡ଼ିଆ ପୁଅ ତଥା ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଛନ୍ତି । ନିଜ ଜୀବନର ଅଧା ସମୟ ସର୍କସର ପିଞ୍ଜରାରେ କାଟିଥିବା ଏହି ସିଂହ ନିଜର ବାର୍ଦ୍ଧକ୍ୟ ଯୋଗୁଁ ସର୍କସରୁ ବାଦ ପଡିଥିବାବେଳେ ବହୁ ଦିନ ପରେ ନିଜ ଜୀବନକୁ ନେଇ ବଂଚିଛି । ସର୍କସରେ ବିଭିନ୍ନ କାରନାମା କରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସିଂହଟି ଶେଷ ସମୟ ବେଳକୁ ପୁଣି ନିଜ ଦୁନିଆକୁ ଫେରିଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/sddefault.jpg)