କନକ ବ୍ୟୁରୋ: ଆପଣଙ୍କ ପାଖରେ ରହିଛି କେତେ ଧନ ସରକାରଙ୍କୁ ଜଣାଇବାକୁ ବାଧ୍ୟତାମୂଳକ ! ଖାଲି ସାଧାରଣ ଜନତା ନୁହଁନ୍ତି ଦେଶର ବଡ ବଡ ନେତା, ମନ୍ତ୍ରୀ, କର୍ମଚାରୀ ଏବଂ ଏମାନଙ୍କ ଅଧିନରେ ଆସୁଥିବା ପରିବାର ସଦସ୍ୟଙ୍କ ସଂପତିକୁ ବି ବାଧ୍ୟତାମୂଳକ ଭାବେ ଆଧାରକାର୍ଡ ସହ ସଂଯୋଗ କରିପାରନ୍ତି ସରକାର । ଏକଥା ଆମେ କହୁନାହୁଁ ବରଂ ନିକଟରେ ହୋଇଥିବା ଏକ ଜନ ସର୍ବେକ୍ଷଣରେ ସାମିଲ ହୋଇଥିବା ଅଧିକାଂଶ ଲୋକ ମତପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଦେଶର ପ୍ରତିଟି ବ୍ୟକ୍ତିଙ୍କ ସଂପତିକୁ ଆଧାର ସହ ଲିଙ୍କ୍ କରିବା ସହିତ ସମସ୍ତ ମନ୍ତ୍ରୀ, ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତିଟି ସଂପତିକୁ ବାଧ୍ୟତାମୂଳକ ଭାବେ ପ୍ରକାଶିତ କରିବାକୁ ମଧ୍ୟ ଏହି ସର୍ଭେରେ କୁହାଯାଇଛି । ଯାହାଦ୍ୱାରା କଳା ଧନ ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ସର୍ବେକ୍ଷଣରେ ସାମିଲ ହୋଇଥିବା ଲୋକେ ଯୁକ୍ତିବାଢିଛନ୍ତି ।
ତେବେ ଏହି ସର୍ଭେରେ ଭାରତର ୩୦୦ରୁ ଅଧିକ ଜିଲ୍ଲାର ପ୍ରାୟ ୫୦ ହଜାର ଲୋକଙ୍କ ପ୍ରତିକ୍ରିୟା ଗ୍ରହଣ କରାଯାଇଥିଲା । ଏବେ ସର୍ବେକ୍ଷଣର ଶୀର୍ଷକ ରହିଥିଲା ଦେଶରେ କଳାଧନ ରୋକିବାକୁ ସରକାର କି ପ୍ରକାର ପଦକ୍ଷେପ ନେବା ଦରକାର? ତେବେ ଏସଂକ୍ରାନ୍ତରେ ଅଧିକାଂଶ ଲୋକ ଆଧାର କାର୍ଡ ସହ ସଂପତି ଲିଙ୍କ୍ କରିବାକୁ ପ୍ରସ୍ତାବ ଦେଇଥିଲେ । ଅର୍ଥାତ୍ ସର୍ଭେରେ ସାମିଲ ହୋଇଥିବା ସଦସ୍ୟଙ୍କ ମଧ୍ୟରୁ ୩୩ପ୍ରତିଶତ ଲୋକଙ୍କର କହିବା କଥା ହେଲାକି , ସରକାର ଦେଶର ସମସ୍ତ ସଂପତି ମାଲିକଙ୍କୁ ଆଧାର ସହ ବାଧ୍ୟତାମୂଳକ ରୂପେ ଯୋଡିବା ଦରକାର । ସେହିଭଳି ୩୮ ପ୍ରତିଶତ ଲୋକଙ୍କ ମତ ରହିଥିଲା, ସମସ୍ତ ମନ୍ତ୍ରାଳୟ, ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର ଥିବା ସଂପତିକୁ ସରକାର ବାଧ୍ୟତାମୂଳକ ଭାବେ ପ୍ରକାଶିତ କରିବା ଉଚିତ । ଏହାଛଡା ୨ ହଜାର ଟଙ୍କିଆ ନୋଟକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିଷ୍ପତି ନେବା ସହିତ ୧୦ ହଜାରରୁ ଅଧିକ ଆର୍ଥିକ କାରବାର ଉପରେ ଭାରତ ସରକାର ୨ ପ୍ରତିଶତ ଟ୍ରାନଜାକସନ ଟ୍ୟାକ୍ସ ଦେବା ଉଚିତ ବୋଲି ମତପ୍ରକାଶ କରିଛନ୍ତି ।
ଯଦି ସରକାରଙ୍କ ସର୍ବେକ୍ଷଣର ଏହି ଜନମତାମତକୁ ଗ୍ରହଣ କରିଦିଅନ୍ତି ତେବେ ପାନ, ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ ଯୋଜନା ପାଇଁ ଯେଭଳି ଆଧାର କାର୍ଡ ସଂଯୋଗ କରିବା ନିହାତି ଜରୁରୀ ଠିକ୍ ସେହିଭଳି ନିଜର ସଂପତିକୁ ବି ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ କରିପାରନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/23-14.jpg)