କନକ ବ୍ୟୁରୋ : ଆସନ୍ତା ମାସରୁ ସମସ୍ତ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ କରାଯିବ ସଂଯୋଗ । ଏପରି ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ଡିପାର୍ଟମମେଂଟ୍ ଅଫ୍ ଟେଲିକମୁନିକେସନ୍ ସମସ୍ତ ଟେଲିକମ୍ ଅପରେଟରଙ୍କୁ ନୋଟିସ୍ ଦେଇଛି । ନୋଟିସ୍ ଅନୁସାରେ ପ୍ରି ପେଡ୍ ହେଉ ବା ପୋଷ୍ଟ୍ ପେଡ୍ ସମସ୍ତ ମୋବାଇଲକୁ ଆଧାର କାର୍ଡ ସହ ସଂଯୋଗ କରି ପ୍ରକୃତ ଉପଭୋକ୍ତାଙ୍କ ପରିଚୟ ପୁନଃ ଭେରିଫାଏ କରାଯିବ ।
ମୋବାଇଲ ନମ୍ବର ଭେରିଫାଏ କରିବାର ଶେଷ ତାରିଖ ହେଉଛି ୬ ଫେବ୍ରୁଆରୀ ୨୦୧୮ । ଯଦି କୌଣସି ନମ୍ବର ଏହି ତାରିଖ ଭିତରେ ଆଧାର ସହ ଲିଙ୍କ୍ ନହୋଇଥାଏ ତେବେ ଏହାକୁ ବେଆଇନ୍ ନମ୍ବର ବୋଲି ଧରାଯିବ । ଏପରିକି ନମ୍ବର କଟିଯିବାର ସମ୍ଭାବନା ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Add-Mobile-Number-To-Aadhaar-Card.jpg)