ସନ୍ଥ ଶିବମୂର୍ତ୍ତୀଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ। ନାବାଳିକା ସହ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ କଲେ ପରିବାର ସଦସ୍ୟ।

ସନ୍ଥ ଶିବମୂର୍ତ୍ତୀଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ। ନାବାଳିକା ସହ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ କଲେ ପରିବାର ସଦସ୍ୟ।

କନକ ବ୍ୟୁରୋ: ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତୀ ମୁରୁଗା ଶରଣାରୁଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ଗୁରୁବାର ରାତିରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି । ପୋଲିସ ଏନେଇ ସୂଚନା ଦେଇଛି । ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ।

ଚଳିତ ଥର ଆଶ୍ରମ ଦ୍ୱାରା ସଞ୍ଚାଳିତ ଛାତ୍ରାବାସରେ ରହୁଥିବା ନାବାଳିକା ଯୌନ ଉତ୍ପୀଡନର ମାମଲା ରୁଜୁ କରିଛନ୍ତି । ମହନ୍ତଙ୍କ ବିରୋଧରେ ପ୍ରଥମ ମାମଲା ଅଗଷ୍ଟ ୨୫ ତାରିଖରେ ସାମ୍ନାକୁ ଆସିଥିଲା । ବାଲ୍ କଲ୍ୟାଣ ସମିତି ଶିବମୂର୍ତ୍ତୀଙ୍କ ବିରୋଧରେ ମହୀଶୁରର ନଜରାବାଦ ଥାନାରେ ମାମଲା ରୁଜୁ କରିଥିଲା । ପୋଲିସର କହିବାନୁସାରେ, ଦୁଇ ନାବାଳିକା ମଠ ଦ୍ୱାରା ସଞ୍ଚାଳିତ ଶ୍ରୀ ଜଗଦଗୁରୁ ମୁରୁଗା ଶିକ୍ଷଣ ସଂସ୍ଥାନରେ ପାଠପଢୁଥୁଲେ । ସେହି ସମୟରେ ତାଙ୍କ ଉପରେ ଯୌନ ଉତ୍ପୀଡନ କରାଯାଇଥିଲା । ଏନେଇ ସେମାନଙ୍କ ପରିବାର ସଦସ୍ୟ ମାମଲା ରୁଜୁ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe