କନକ ବ୍ୟୁରୋ: ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତୀ ମୁରୁଗା ଶରଣାରୁଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ଗୁରୁବାର ରାତିରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି । ପୋଲିସ ଏନେଇ ସୂଚନା ଦେଇଛି । ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ।

Advertisment

ଚଳିତ ଥର ଆଶ୍ରମ ଦ୍ୱାରା ସଞ୍ଚାଳିତ ଛାତ୍ରାବାସରେ ରହୁଥିବା ନାବାଳିକା ଯୌନ ଉତ୍ପୀଡନର ମାମଲା ରୁଜୁ କରିଛନ୍ତି । ମହନ୍ତଙ୍କ ବିରୋଧରେ ପ୍ରଥମ ମାମଲା ଅଗଷ୍ଟ ୨୫ ତାରିଖରେ ସାମ୍ନାକୁ ଆସିଥିଲା । ବାଲ୍ କଲ୍ୟାଣ ସମିତି ଶିବମୂର୍ତ୍ତୀଙ୍କ ବିରୋଧରେ ମହୀଶୁରର ନଜରାବାଦ ଥାନାରେ ମାମଲା ରୁଜୁ କରିଥିଲା । ପୋଲିସର କହିବାନୁସାରେ, ଦୁଇ ନାବାଳିକା ମଠ ଦ୍ୱାରା ସଞ୍ଚାଳିତ ଶ୍ରୀ ଜଗଦଗୁରୁ ମୁରୁଗା ଶିକ୍ଷଣ ସଂସ୍ଥାନରେ ପାଠପଢୁଥୁଲେ । ସେହି ସମୟରେ ତାଙ୍କ ଉପରେ ଯୌନ ଉତ୍ପୀଡନ କରାଯାଇଥିଲା । ଏନେଇ ସେମାନଙ୍କ ପରିବାର ସଦସ୍ୟ ମାମଲା ରୁଜୁ କରିଛନ୍ତି ।