ଭାଙ୍ଗିଲା ଶ୍ରୀଲିଙ୍ଗରାଜଙ୍କ ମହା ପରମ୍ପରା: ଅଶୋକାଷ୍ଟମୀରେ ଗଡିବ ନାହିଁ ରୁକୁଣା ରଥ;କରୋନା କଟକଣା ଯୋଗୁଁ ରଥଯାତ୍ରାକୁ ଅନୁମତି ଦେଲାନାହିଁ ପ୍ରଶାସନ

ରଥ ,ପଥ ପ୍ରସ୍ତୁତ, ହେଲେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ବନ୍ଦ

2,659

କନକ ବ୍ୟୁରୋ: ଆଜି ଅଶୋକାଷ୍ଟମୀ । ଅଶୋକାଷ୍ଟମୀରେ ରୁକୁଣା ରଥ ଉତ୍ସବ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତଥର କରୋନା କଟାକଣା ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଗଡିବ ନାହିଁ । କରୋନା ସଂକ୍ରମଣକୁ ଆଖିରେ ରଖି ଜନଗହଳିକୁ ଏଡାଇବା ପାଇଁ ପ୍ରଶାସନ ରୁକୁଣା ରଥଯାତ୍ରାକୁ ମନା କରିଛି । ସେପଟେ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା । ତେବେ ପ୍ରଶାସନର ଅନୁମତି ମିଳିନଥିବାରୁ ରଥଟଣା ଯିବ ନାହିଁ । ଗତକାଲି ପ୍ରଶାସନ ଅନୁମତି ନଦେବା ପରେ ନେତ୍ର୍ ଉତ୍ସବ ନୀତି ଓ ମରିଚିକୁଣ୍ଡ ପାଣି ନିଲାମ ହୋଇ ନାହିଁ । ଆଉ ଆଜି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ହେଉନଥିବାରୁ ମହା ପରମ୍ପରା ଭଙ୍ଗ ହୋଇଥିବା କୁହାଯାଇଛି ।

କରୋନା ସଂକ୍ରମଣ ଏଡାଇବାକୁ ସରକାର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ଉପରେ୍ କଟକଣା ଲଗାଇଛନ୍ତି । ତେବେ ଶ୍ରୀଲିଙ୍ଗରାଜଙ୍କ ରଥ ପ୍ରତିଷ୍ଠା ଓ ରଥଟଣା କାର୍ଯ୍ୟ ୫ ଜଣରେ ସମ୍ଭବ ହୋଇନଥିବାରୁ ରଥ ଟଣାକୁ ଚଳିତ ବର୍ଷ ବନ୍ଦ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ରୁକୁଣା ରଥ ଟଣାକୁ ଅନୁମିତ ଦେଇହେବ ନାହିଁ ବୋଲି ମନ୍ଦିର କାର୍ଯ୍ୟାଳୟକୁ ଚିଠି ଦେଇଥିଲେ । ଗତକାଲି ଏନେଇ ୪ ନିଯୋଗ ସଭାପତିଙ୍କ ସହ ବିଧାୟକ ସୁର ରାଉତରାୟ ସିପିଙ୍କୁ ଭେଟିଥିଲେ । ହେଲେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ ।