କନକ ବ୍ୟୁରୋ : କୋଭିଡ ଯୋଗୁଁ ଚଳିତ ବର୍ଷ ମଧ୍ୟ ଆଶା ଆଶଙ୍କାରେ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ କେମିତି ରୁକୁଣା ରଥ ଯାତ୍ରା କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି । ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଯିବ, ସରକାର ଅନୁମତି ଦିଅନ୍ତି, ତେବେ ଚଳିତ ବର୍ଷ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ସେପଟେ ଲିଙ୍ଗରାଜ ମନ୍ଦିର ନିକଟରେ ରଥ କାର୍ଯ୍ୟ ଆଗେଇ ଚାଲିଛି । ଚକ ଓ ଅଖ ନିର୍ମାଣ କାର୍ଯ୍ୟ ମୁଖ୍ୟତଃ ଶେଷ ହୋଇଯାଇଛି ।
ପୁଣି ଚଳିତ ବର୍ଷ ଆଶା ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା : ବିନା ଭକ୍ତ ଓ ଅଳ୍ପ ସେବାୟତରେ ରଥଯାତ୍ରା କରିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ
/kanak/media/post_attachments/wp-content/uploads/2021/04/28oriRUKMUNA1_193700-750x430.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)