ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ଦାବି : ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

କହିଲେ, ଭଗବାନ ଭକ୍ତ ଓ ସେବାୟତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରାଯାଉ ପ୍ରତ୍ୟାହାର

71

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ଓ ଉପନିୟମକୁ ପ୍ରତ୍ୟାହାର ପାଇଁ ଖୋର୍ଧା ଜିଲ୍ଲାପାଳ ଜାତୀୟ କୀର୍ତିରାଜି କର୍ତୃପକ୍ଷ, ଏନଏମଏ ଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି, ଏହି ଶୈବପୀଠ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ହୋଇ ରହିଛି ।

ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଲିଙ୍ଗରାଜ ଆସୁଛନ୍ତି । ପ୍ରତ୍ୟେକ ସୋମବାର, ଛୁଟିଦିନ ଓ ସପ୍ତାହନ୍ତରେ ଭକ୍ତ ସଂଖ୍ୟା ଲକ୍ଷେ ଟପୁଛି । ଏହାଛଡା ଏହି ବିଶ୍ୱପ୍ରସିଦ୍ଧ ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ବି ଅନେକ ପଦ କ୍ଷେପ ନେଇଛନ୍ତି । ତେଣୁ ଭଗବାନ, ସେବାୟତ ଓ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ।

ସେପଟେ, ବାଇ-ଲ ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିରର ସେବାୟତ ନିଯୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ପୁରୁଣା ଭଜନ ମଣ୍ଡପରେ ଏକାଠି ହେବେ ସେବାୟତ । ବ୍ରାହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିରରୁ ବାଇ-ଲ ପ୍ରତ୍ୟାହୃତ କରିବା ପାଇଁ ଦାବି କରିଛନ୍ତି ମନ୍ଦିରର ସେବାୟତ ।