ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ! ଭୋର ୩.୩୦ରୁ ଆରମ୍ଭ ହେବ ଦର୍ଶନ, ସେପଟେ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା । 

Advertisment
ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି । ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ରେ ଉଠିବ ଜାଗର ଦୀପ ।

blogspot.com

ମହାଶିବରାତ୍ରି ପାଳନ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର‌୍ୟ୍ୟାୟରେ ସୁଯୋଗ ରହିଛି । ପ୍ରଥମ ପର‌୍ୟ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର‌୍ୟ୍ୟାୟରେ ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ଓ ଶେଷ ଦଫାରେ ରାତି ୧୦ଟାରୁ ୧୧ଟା ପର‌୍ୟ୍ୟନ୍ତ ସାହାଣ ମେଲା ନୀତି ନିର୍ଘଣ୍ଟ ହୋଇଛି। ସକାଳ ସାହାଣ ମେଲା ପରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ହେବ। ୨ଟାରେ ଶ୍ରୀଭୁବନେଶ୍ବରଙ୍କ ସକାଳ ଧୂପ ହେବାକୁ ଥିବା ବେଳେ ୨ଟା ୪୫ରୁ ୩ଟା ୪୫ ଭିତରେ ଭୋଗ ମଣ୍ଡପ ହେବ। ସନ୍ଧ୍ୟା ୭ଟାରୁ ୭ଟା ୧୦ ମିନିଟ ପର‌୍ୟ୍ୟନ୍ତ ପହୁଡ଼ ହେବାକୁ ଥିବା ବେଳେ ୭ଟା ୩୦ରେ ଟେରା ଫିଟା ନୀତି ରହିଛି। ଶ୍ରୀଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ ରାତି ୮ଟା ୫୫ରୁ ୧୦ଟା ଭିତରେ ହେବାକୁ ଥିବା ବେଳେ ୧୦ଟା ରାତିରେ ମହାଦୀପ ଉଠିବା କାର‌୍ୟ୍ୟକ୍ରମ ରହିଛି। ରାତି ୧୧ଟା ୩୦ରୁ ୩ଟା ୩୦ ପର‌୍ୟ୍ୟନ୍ତ ଚାରି ପହର ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ (ମଙ୍ଗଳବାର)ଭୋର୍ ୩ଟା ୩୦ରୁ ସାଢ଼େ ୪ଟା ଭିତରେ ହରିହର ଭେଟ ନୀତି ରହିଛି। ୪ଟା ୩୦ରେ ବଡ଼ସିଂହାର ବେଶ ହେବା ସହ ୫ଟା ୧୫ ମିନିଟରେ ଶ୍ରୀଜିଉଙ୍କ ପହୁଡ଼ ନୀତି ରହିଛି।
ପ୍ରସାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା 
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରିରେ ଭକ୍ତମାନଙ୍କ ସୁବିଧା ପାଇଁ ଜିଗ୍ଜାଗ ବ୍ୟାରିକେଡ୍ର ବ୍ୟବସ୍ଥା କରାଯିବ। ମନ୍ଦିର କାର‌୍ୟ୍ୟାଳୟ ସମ୍ମୁଖ, ଉତ୍ତରଦ୍ୱାର, ଏବଂ ଦକ୍ଷିଣ ଦ୍ବାରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ଆର୍ ଆଣ୍ଡ ବି ପକ୍ଷରୁ ବ୍ୟାରିକେଡ୍ ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ଖରାରୁ ରକ୍ଷା ପାଇଁ ଏହି ବ୍ୟାରିକେଡ୍ ଉପରେ ଛାମୁଡ଼ିଆ କରାଯିବା ସହ ତଳେ ମ୍ୟାଟ୍ ପକାଯିବ। ସେହିପରି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ମନ୍ଦିର ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ପର‌୍ୟ୍ୟନ୍ତ ଓ ବେଢ଼ା ଚାରିପଟେ ବ୍ୟାରିକେଡ୍ କରାଯିବ। ଜାଗର ଦିନ ମନ୍ଦିର ଭିତର ଓ ଜଗମୋହନକୁ ସଫେଇ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ୪୦ଜଣ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ରହିବେ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ଆଜି ଏହି କାର‌୍ୟ୍ୟର ଅନୁଧ୍ୟାନ କରିବା ସହ ରଥ ରୋଡରେ ରାସ୍ତା କଡ଼ ଡ୍ରେନରେ ସ୍ଲାବ୍ ପକାଇବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ସିଂହଦ୍ବାରକୁ ଆକର୍ଷଣୀୟ କରିବା ପାଇଁ ଏକ ବଡ଼ ତୋରଣ ଲଗାଯିବ। ସମର୍ଥା ସେବାୟତ ମିତେନ୍ଦ୍ର ସମର୍ଥା ଏହି ତୋରଣ କାର‌୍ୟ୍ୟ ଆରମ୍ଭ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe