କନକ ବ୍ୟୁରୋ: ସଂକଟରେ ରାଜ୍ୟର ସବୁଠୁ ବଡ ଶୈବ ପୀଠ । ମନ୍ଦିରର ରକ୍ଷଣାବେକ୍ଷଣରେ ଅବେହଳା କରାଯାଇଥିବା ଦର୍ଶାଇ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର । ଏହାକ ଶୀଘ୍ର ମରାମତି କରାଯିବାକୁ ଚିଠିରେ ଅନୁରୋଧ କରାଯାଇଛି । ଚିଠିରେ କୁହାଯାଇଛି ଯେ, ମୁଖ୍ୟ ମନ୍ଦିରରେ ଦଧିନଉତିରେ ଫାଟ ସୃଷ୍ଟି ହୋଇଛି ।
ଶୀଘ୍ର ଏହାର ମରାମତି ଦରକାର । ମନ୍ଦିରରୁ ପଥର ଖସିବା ଆଶଙ୍କା ବି ରହିଛି ବୋଲି ଦେବୋତ୍ତର କମିଶନର ଚିଠିରେ କହିଛନ୍ତି । ମୁଖ୍ୟମନ୍ଦିର ଓ ପାଶ୍ୱର୍ ଦେବାଦେବୀ ମନ୍ଦିରରେ ପାଣି ଲିକ୍ ହେଉଥିବାରୁ ଶୀଘ୍ର ଏହାର ମରାମତି ପାଇଁ ବି ଅନୁରୋଧ କରିଛି ଦେବୋତ୍ତର କମିଶନର । ଗର୍ଭଗୃହର ଚଟାଣ ବି ନଷ୍ଟ ହୋଇଥିବା ଚିଠିରେ କୁହାଯାଇଛି ।
ଏକାଦଶ ଶତାଦ୍ଦୀରେ ନିର୍ମିତ ଏହି ମନ୍ଦିର ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ପୁରାତନ । କିନ୍ତୁ ଏହାର ସ୍ଥାୟିତ୍ୱ ନେଇ ଏବେ ଉଠିଛି ପ୍ରଶ୍ନ । ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ରାଜ୍ୟ ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୁଜର ଗୈାରବ ବହନ କରେ । ତେଣୁ ଅନ୍ୟ ଦୁଇ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବାକୁ ଦାବି ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/TEMPLE-1.jpg)
/kanak/media/post_attachments/wp-content/uploads/2019/09/PHOTO-01000206-300x180.jpg)
/kanak/media/post_attachments/wp-content/uploads/2019/03/14-SIBARATI-LINGARAJ-TEMPLE-7-300x200.jpg)