ଦୀର୍ଘଦିନ ପରେ ଖୋଲିଲା ଲିଙ୍ଗରାଜ ମନ୍ଦିର । ନେଗେଟିଭ୍ ରିପୋର୍ଟ ଦେଖାଇ ଦର୍ଶନ କଲେ ଶ୍ରଦ୍ଧାଳୁ

45

କନକ ବ୍ୟୁରୋ : କରୋନା କଟକଣା ପରେ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କୋଭିଡ ନେଗେଟିଭ କିମ୍ବା ଡ଼ବଲ ଡୋଜ ଟିକାର ସାର୍ଟିଫକେଟ ଦେଖାଇ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କଟକଣା ପାଇଁ ୪ମାସ ହେବ ବନ୍ଦ ଥିଲା ମନ୍ଦିର । ମନ୍ଦିର ବାହାରୁ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଥିଲେ ଭକ୍ତ । ହେଲେ ଧୀରେ ଧୀରେ ରାଜ୍ୟରେ କରୋନା କଟକଣା କୋହଳ ହେବା ସହ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କରୋନା ନିୟମମାନି ମନ୍ଦିରକୁ ଭକ୍ତ ପ୍ରବେଶ ପାଇଁ ଅନୁମତି ମିଳିବା ପରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ।