ଶେଷ ହୋଇପାରିଲାନି ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା । ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ ।

160

କନକ ବ୍ୟୁରୋ: ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ । ଶେଷ ହୋଇପାରିଲାନି ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା । ଅନ୍ଧାର ହେଲା ବୋଲି ରଥ ଟଣା ବନ୍ଦ କରିଦେଲେ ଭୋଇ ସେବାୟତ । ରଥ ରୋକିବା ଅନୁମତିକୁ ନେଇ ବିବାଦ ।

ଆଜି କୋଭିଡ କଟକଣା ଭିତରେ ପାଳନ ହୋଇଛି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିନା ଭକ୍ତରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେଣୁ ଏଥର ରଥ ଟାଣିବାରେ କଷ୍ଟ ହୋଇଥିଲା । ତେଣୁ ଅଳ୍ପ କିଛି ସମୟ ପାଇଁ ଅଟକି ଯାଇଥିଲା ରଥ ।