ଭଙ୍ଗା ହେବ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ । ପ୍ରଶାସନର ପଦକ୍ଷେପ ପୂର୍ବରୁ ବ୍ୟବସାୟୀ ଆଗୁଆ ଭାଙ୍ଗିଲେ ଦୋକାନ

Advertisment
ଭଙ୍ଗା ହେବ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ । ପ୍ରଶାସନର ପଦକ୍ଷେପ ପୂର୍ବରୁ ବ୍ୟବସାୟୀ ଆଗୁଆ ଭାଙ୍ଗିଲେ ଦୋକାନ

କନକ ବ୍ୟୁରୋ: ଆଜି ଭଂଗା ହେବ ଲିଙ୍ଗରାଜ ମାର୍କେଟ୍ । ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଶୁକ୍ରବାର ଭଙ୍ଗା ଯିବା ନେଇ ଆଗୁଆ ଘୋଷଣା କରିଥିଲା ବିଡିଏ । ଆଉ ପ୍ରଶାସନ ଏହାକୁ ଭାଙ୍ଗିବା ଆଗରୁ ଆଗୁଆ ବ୍ୟବସାୟୀମାନେ ନିଜ ଦୋକାନକୁ ଭାଂଗି ନେଉଥିବା ଦେଖିବାକୁ ମିଳିଛି । ସେପଟେ ବିଡିଏର ଘୋଷଣା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ବ୍ୟବସାୟୀ ସଂଘ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ପୁରୁଣା ଲିଂଗରାଜ ବଜାରରେ ୧୦୧ ଜଣ ବ୍ୟବସାୟୀ ବ୍ୟବସାୟୀ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪୮ ଜଣଙ୍କ ୁଏହା ମଧ୍ୟରେ ଥଇଥାନ କରାଯାଇଛି । ନୂଆ ବଜାରରେ ବେଆଇନ ଭାବେ ବ୍ୟବସାୟୀଙ୍କୁ ଦୋକାନ ଦିଆଯାଇଥିବା ଅଭିଯୋଗ ବି ଆସିଛି । ଏସବୁ ନେଇ ପଦକ୍ଷେପ ନିଆନଗଲେ ଆଗକୁ ଆନ୍ଦୋଳନ ଦାନା ବାନ୍ଧିବ ବୋଲି ବ୍ୟବସାୟୀ ସଂଘ କହିଛି ।

ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଶୁକ୍ରବାର ଭଙ୍ଗା ଯିବାକୁ ବିଡିଏ ଘୋଷଣା କରିଛି। ଏହାର ପ୍ରତିବାଦରେ ଆନ୍ଦୋଳନ କରିବାକୁ ପୁରୁଣା ଭୁବନେଶ୍ବର ବ୍ୟବସାୟୀ ସଂଘ ସଜବାଜ ହେଉଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରପକ୍ଷରେ ନୂଆ ଲିଙ୍ଗରାଜ ମାର୍କେଟ ଆବଣ୍ଟନରେ ଅନିୟମିତତା କରାଯାଇଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ପୁରୁଣା ଲିଙ୍ଗରାଜ ମାର୍କେଟରେ ୧୦୧ଜଣ ବ୍ୟବସାୟ କରୁଥିବା ବେଳେ ମାତ୍ର ୪୮ଜଣଙ୍କୁ ଥଇଥାନ କରାଯାଇଛି। ନୂଆ ମାର୍କେଟରେ ବହୁ ଲୋକଙ୍କୁ ବେଆଇନ ଭାବେ ଦୋକାନ ଗୃହ ଦିଆଯାଇଛି ବୋଲି ସଂଘ ଅଭିଯୋଗ କରିଛି। ସରକାର ଏଦିଗରେ ପଦକ୍ଷେପ ନନେଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଂଘର ସଭାପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe