ଭକ୍ତଙ୍କୁ ମିଳିବନି ଅବଢ଼ା ! ଠାକୁରଙ୍କ କୋଠ ସେବାନୀତିରେ ଅବହେଳା କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭକ୍ତ ପାଇବେନି ଅବଢା

Advertisment
ଭକ୍ତଙ୍କୁ ମିଳିବନି ଅବଢ଼ା ! ଠାକୁରଙ୍କ କୋଠ ସେବାନୀତିରେ ଅବହେଳା କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭକ୍ତ ପାଇବେନି ଅବଢା

Source:Incredible Orissa

କନକ ବ୍ୟୁରୋ: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କୁ ମିଳିବନି ଅବଢ଼ା। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭକ୍ତମାନେ ଏଥିରୁ ବଞ୍ଚିତ ହେବେ। ଠାକୁରଙ୍କ କୋଠ ସେବାନୀତିରେ ଅବହେଳାରୁ ଏପରି କରାଯାଇଥିବା ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ରୋଷଘର ମରାମତି ପାଇଁ କିଛିଦିନ ପର୍ଯ୍ୟନ୍ତ ଅବଢ଼ା ବନ୍ଦ କରାଯାଇଛି ବୋଲି ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯଯାୟୀ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କୁ ଅବଢ଼ା ମିଳି ନଥିଲା। ଅବଢ଼ା ରନ୍ଧା ହୋଇ ନଥିଲା କି ବିକ୍ରି ମଧ୍ୟ ହୋଇ ନଥିଲା। ପ୍ରତିଦିନ ମହାପ୍ରଭୁଙ୍କ କୋଠ ରୋଷ ପାଇଁ ବିଭିନ୍ନ ବ୍ୟଞ୍ଜନ ସହ ଅବଢ଼ା ମଧ୍ୟ ରୋଷେଇ ହୋଇଥାଏ। ପ୍ରତିଦିନ ଆଠଥର ଭୋଗ ଅର୍ପଣ କରାଯାଏ। ତିନିଟି ଧୂପ ବ୍ୟତୀତ ଆଉସବୁ ଧୂପରେ ସଙ୍ଖୁଡ଼ି ଓ ନିସଙ୍ଖୁଡ଼ି ଭୋଗ ଲାଗି କରାଯାଇଥାଏ। ଧୂପଗୁଡ଼ିକ ମଧ୍ୟରେ ବାଳଧୂପ, ସକାଳ ଧୂପ, ଭୋଗ ମଣ୍ଡପ, ବୀର କିଶୋର ବଲ୍ଲଭ, ଦ୍ଵିପ୍ରର ଧୂପ, ଟେରାପିଟା, ସନ୍ଧ୍ୟା ଧୂପ, ବଡ଼ ସିଂହାର ଆଦିରେ ଭୋଗ ଅର୍ପଣ କରାଯାଏ। ସେହିପରି ଭୋଗମାନଙ୍କରେ ଖେଚୁଡ଼ି, ଏଣ୍ଡୁରି, କାନ୍ତି, ଶାଗ, ଖିରି, ତରକାରି, ଦହି ପଖାଳ, ଆଦି ଭୋଗ କରାଯାଏ।

publive-image

ତେବେ ଗତକାଲି କୋଠ ଭୋଗ ତିଆରି ହୋଇଥିଲେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଅବଢ଼ା ତିଆରି ହୋଇନାହଁ। କୋଠ ଭୋଗ କରିବା ପାଇଁ ସୁଆର ସେବାୟତ ରାଜି ନହେବାରୁ ଗତକାଲିଠୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବଢ଼ା ବନ୍ଦ କରାଯାଇଥିବା ଜଣେ ସେବାୟତ ନିଜ ନାମ ଗୋପନ ରଖି କହିଛନ୍ତି। ଠାକୁରଙ୍କ କୋଠ ସେବା ନକରିବାରୁ ରୋଷକୁ ଯିବାକୁ ବାରଣ କରାଯାଇଛି ବୋଲି କୁହାଯାଇଛି। ତେବେ ଏହାକୁ ବହୁ ସେବାୟତ ସ୍ୱାଗତ କରିଥିବା ବେଳେ ଅବଢ଼ା ନପାଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

publive-image

ଅନ୍ୟ ପକ୍ଷରେ ରୋଷଘର ମରାମତି ପାଇଁ ଅବଢ଼ା ରନ୍ଧା ବନ୍ଦ ହୋଇଛି ବୋଲି ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ଶ୍ରୀ ପତିଙ୍କ କହିବା ଅନୁଯାୟୀ ଏଏସଆଇ ପକ୍ଷରୁ ରୋଷଘରଗୁଡ଼ିକ ମରାମତି କରାଯବ। ବହୁପୁରାତନ ରୋଷଘର ମରାମତି ଓ ପୂଜା କାର୍ଯ୍ୟ ସରିଲେ ସର୍ବସାଧାରଣଙ୍କ ପାଇଁ ଅବଢ଼ା ଉପଲବ୍ଧ ହେଉଛି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କୁହନ୍ତି ଅବଢ଼ା ନମିଳିବା ସଂପର୍କରେ ମନ୍ଦିର ପ୍ରଶାସନର କୌଣସି ଭୂମିକା ନାହିଁ। ବ୍ରାହ୍ମଣ ନିଯୋଗକୁ କେବଳ ଔପଚାରିକତା ଦୃଷ୍ଟିରୁ ପଚରା ଯାଇଛି। କିଛିଦିନ ପରେ ଅବଢ଼ା ମିଳିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe