ବାଲେଶ୍ୱର ସୋରରେ ଟିକା ପାଇଁ ଲମ୍ବା ଲାଇନ : ବର୍ଷାକୁ ଖାତିର ନକରି ଅଧରାତିରୁ ଲାଇନରେ ଛିଡା ହେଲେ ଶହ ଶହ ଲୋକ

Advertisment
ବାଲେଶ୍ୱର ସୋରରେ ଟିକା ପାଇଁ ଲମ୍ବା ଲାଇନ : ବର୍ଷାକୁ ଖାତିର ନକରି ଅଧରାତିରୁ ଲାଇନରେ ଛିଡା ହେଲେ ଶହ ଶହ ଲୋକ

କନକ ବ୍ୟୁରୋ : ଗୋଟିଏ ଦିନରେ କୋଟିଏ ଟିକାର ରେକର୍ଡ କରୁଛି ଦେଶ । ଅନ୍ୟପଟେ ଟିକା ପାଇଁ ଲୋକେ ବର୍ଷାରେ ଭିଜି ଭିଜି ଘଂଟା ଘଂଟା ଅପେକ୍ଷା କରିରହିଛନ୍ତି । ବାଲେଶ୍ୱର ସୋରରୁ ଟିକାକରଣକୁ ନେଇ ଆସିଛି ଅଭାବନୀୟ ଚିତ୍ର । କୋଭିଡ ଟିକା ପାଇଁ ଲାଗିଛି ଲମ୍ବା ଲାଇନ । ବର୍ଷାରେ ଭିଜି ଭିଜି ଟିକା ପାଇଁ ରାତି ଅଧରୁ ଅପେକ୍ଷା କରିଛନ୍ତି ଶହ ଶହ ଲୋକ ।

ଆଜି ଦିନରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ପାଇଁ ଟିକାକରଣ ଓ ୪୫ବର୍ଷରୁ ଉର୍ଦ୍ଧ ପାଇଁ ୧୪୦ଟି ପ୍ରଥମ ଡୋଜ ଓ ୬୦ଟି ଦ୍ୱିତୀୟ ଡୋଜ ଦିଆଯିବାର ଥିଲା । ତେବେ ୪୫ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅନସ୍ପଟ ରେଜିଷ୍ଟ୍ରେସନ ହେଉଥିବା ବେଳେ ଲୋକେ ଅଧରାତିରୁ ଅପେକ୍ଷା କରିରହିଛନ୍ତି । ବର୍ଷାରେ ଭିଜି ଭିଜି ଶହ ଶହ ଲୋକ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe