କନକ ବ୍ୟୁରୋ : ଗୋଟିଏ ଦିନରେ କୋଟିଏ ଟିକାର ରେକର୍ଡ କରୁଛି ଦେଶ । ଅନ୍ୟପଟେ ଟିକା ପାଇଁ ଲୋକେ ବର୍ଷାରେ ଭିଜି ଭିଜି ଘଂଟା ଘଂଟା ଅପେକ୍ଷା କରିରହିଛନ୍ତି । ବାଲେଶ୍ୱର ସୋରରୁ ଟିକାକରଣକୁ ନେଇ ଆସିଛି ଅଭାବନୀୟ ଚିତ୍ର । କୋଭିଡ ଟିକା ପାଇଁ ଲାଗିଛି ଲମ୍ବା ଲାଇନ । ବର୍ଷାରେ ଭିଜି ଭିଜି ଟିକା ପାଇଁ ରାତି ଅଧରୁ ଅପେକ୍ଷା କରିଛନ୍ତି ଶହ ଶହ ଲୋକ ।
ଆଜି ଦିନରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ପାଇଁ ଟିକାକରଣ ଓ ୪୫ବର୍ଷରୁ ଉର୍ଦ୍ଧ ପାଇଁ ୧୪୦ଟି ପ୍ରଥମ ଡୋଜ ଓ ୬୦ଟି ଦ୍ୱିତୀୟ ଡୋଜ ଦିଆଯିବାର ଥିଲା । ତେବେ ୪୫ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅନସ୍ପଟ ରେଜିଷ୍ଟ୍ରେସନ ହେଉଥିବା ବେଳେ ଲୋକେ ଅଧରାତିରୁ ଅପେକ୍ଷା କରିରହିଛନ୍ତି । ବର୍ଷାରେ ଭିଜି ଭିଜି ଶହ ଶହ ଲୋକ ଛିଡା ହୋଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/29-18.jpg)