ବିଦେଶୀ ମଦକୁ ସରକାରୀ ଲାଇସେନ୍ସ। କିନ୍ତୁ ଦୋକାନରେ ବିକ୍ରି ହେଉଛି ‘ମିଥେନଲ୍ ସ୍ପିରିଟ୍’ ମିଶ୍ରିତ ବିଷାକ୍ତ ମଦ

ରିପୋର୍ଟର ୧୯ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

782

କନକ ବ୍ୟୁରୋ: ବିଦେଶୀ ମଦ ବ୍ୟବସାୟୀ ପାଇଁ ମିଳିଛି ସରକାରୀ ଲାଇସେନ୍ସ। କିନ୍ତୁ ଦୋକାନରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ବଦଳରେ ବିକ୍ରି ଚାଲିଥିଲା ‘ମିଥାଇଲ୍ ବା ମିଥେନଲ୍ ସ୍ପିରିଟ୍’ ମିଶ୍ରିତ ବିଷାକ୍ତ ମଦ। ଇଣ୍ତଷ୍ଟ୍ରିଆଲ୍ ସ୍ପିରିଟ୍ ଭାବେ ବ୍ୟବହୃତ ମିଥେନଲକୁ ନିଶାରେ ସେବନ କଲେ ୨୪ ଘଣ୍ଟା ଭିତରେ ବ୍ରେନ୍ ଡ୍ୟାମେଜ୍ କିମ୍ବା କୋମାକୁ ଚାଲିଯିବାର ଯଥେଷ୍ଟ ଆଶଙ୍କା ରହିଛି। କଟକ ବାଦାମବାଡ଼ି ଭଳି ଗୁରୁତ୍ବପୂର୍ଣ୍ଣ ଅ˚ଚଳରେ ଦୀର୍ଘ ଦୁଇ ବର୍ଷ ହେବ ଏଭଳି ସା˚ଘାତିକ କାରବାର ଚାଲିଥିବା ଘଟଣା ଜିଲ୍ଲା ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା। କିନ୍ତୁ ଘଟଣାକୁ ୧୯ ଦିନି ବିତିଯାଇଥିଲେ ବି ମଦ ଦୋକାନୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଏଯାଏ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଭଳି କାରବାରକୁ ପ୍ରଶାସନ ପରୋକ୍ଷରେ ପ୍ରଶ୍ରୟ ଦେଉଥିବାରୁ ୨୭ ବର୍ଷ ପରେ (୧୯୯୨ରେ ଘଟିଥିଲା ମଦ ମୃତ୍ୟୁ) ବିଷାକ୍ତ ମଦମୃତ୍ୟୁ ଘଟଣା କଟକରେ ପୁଣି ଘଟିବାର ଆଶଙ୍କା କରାଯାଉଛି।

ଅବକାରୀ ବିଭାଗର ସୂଚନା ମୁତାବକ, ୨୦୧୭ରେ ମଙ୍ଗଳାବାଗର ପ୍ରଦ୍ୟୁମ୍ନ ମହାପାତ୍ର ନାମକ ଜଣେ ବ୍ୟକ୍ତି ବାଦାମବାଡ଼ି ମଦ କାଉଣ୍ଟର ଲଟେରୀ ମାଧ୍ୟମରେ ପାଇଥିଲେ। ବାଦାମବାଡ଼ି ସମେତ କଟକ ଜିଲ୍ଲାର ସୁଭଦ୍ରାପୁର, ପ୍ରତାପନଗରୀର ଶଙ୍ଖତ୍ରାସ ନିକଟ, ଗଣ୍ତରପୁର, ଛତିଆ ନିକଟରେ ମୋଟ ୫ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସେ ଅବକାରୀ ବିଭାଗରୁ ଲାଇସେନ୍ସ ପାଇଛନ୍ତି। କେବଳ କଟକ ନୁହେଁ, ପଡେ଼ାଶୀ ଜଗତସି˚ହପୁର ଜିଲ୍ଲା ପାରାଦୀପରେ ମଧ୍ୟ ତାଙ୍କ ମାଲିକାନାରେ ଆଉ ଏକ ସରକାରୀ ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଥିବା ଜଣାପଡ଼ିଛି। ଅଗଷ୍ଟ ମାସରେ ବାଦାମବାଡ଼ି ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ତାଙ୍କ ଦୋକାନରୁ ଅବକାରୀ ବିଭାଗ ଚଢ଼ଉ କରି ୬୦ରୁ ଅଧିକ ବୋତଲ ଅପମିଶ୍ରିତ ବିଦେଶୀ ମଦ ଜବତ କରିଥିଲା। ଅପମିଶ୍ରଣର ପ୍ରକୃତ ସତ୍ୟାସତ୍ୟ ପାଇଁ ଭୁବନେଶ୍ବର ନନ୍ଦନକାନନ ରୋଡସ୍ଥିତ ‘ଷ୍ଟେଟ୍ ଡ୍ରଗ୍ ଟେଷ୍ଟି˚ ଆଣ୍ତ ରିସର୍ଚ୍ଚ ଲାବ୍ରୋେଟାରି’ରେ କେମିକାଲ ପରୀକ୍ଷା ପାଇଁ କଟକ ଅବକାରୀ ଏସ୍ପି ଅଗଷ୍ଟ ୧୩ ତାରିଖରେ ଏକ ଚିଠି(ନ˚ ୧୪୬୮) କେମିକାଲ ଏକ୍ଜାମିନରଙ୍କ ନିକଟକୁ ଜବତ ମଦର ୧୦ଟି ନମୁନା ସହିତ ପଠାଇଥିଲେ। ଏଥିରେ ଏସପି ଦର୍ଶାଇଥିଲେ ଯେ, ଯେଉଁ ନମୁନା ଜବତ କରାଯାଇଛି, ସେଗୁଡ଼ିକ ମଣିଷଙ୍କ ପାନୀୟ ଯୋଗ୍ୟ କି ନାହିଁ ପରୀକ୍ଷା କରାଯାଉ।

ଲାବ୍ରୋଟୋରିରେ ପରୀକ୍ଷା ପରେ ଅଗଷ୍ଟ ୨୬ ତାରିଖରେ ଯେଉଁ ରିପୋର୍ଟ ଅବକାରୀ ଏସପିଙ୍କ ହସ୍ତଗତ ହୋଇଥିଲା, ଏଥିରେ ସା˚ଘାତିକ ତଥ୍ୟ ଉଲ୍ଲେଖ କରାଯାଇଛି। କେମିକାଲ୍ ଏକଜାମିନର ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି କି, ‘ପରୀକ୍ଷା ହୋଇଥିବା ମଦ ନମୁନା ମଣିଷଙ୍କ ପାନୀୟ ଯୋଗ୍ୟ ଆଦୌ ନୁହେଁ। ଏଥିରେ ମିଥାଇଲ୍ ବା ମିଥେନଲ୍ ସ୍ପିରିଟ୍ ରହିଛି।’ ମିଥାଇଲ୍ ସ୍ପିରିଟ୍ ଏକ ପ୍ରକାର ବିଷାକ୍ତ ସ୍ପିରିଟ୍। ଏଗୁଡ଼ିକ ସାଧାରଣତଃ ଇଣ୍ତଷ୍ଟ୍ରିଆଲ୍ ସ୍ପିରିଟ୍ ଭାବେ ରଙ୍ଗ ତିଆରିରେ ବ୍ୟବହାର କରାଯାଏ। କିନ୍ତୁ ମଦ ତିଆରିରେ କେବଳ ଇଥାଇଲ୍ ସ୍ପିରିଟ୍ ବ୍ୟବହାର କରାଯାଏ। ମଦରେ ମିଥାଇଲ୍ ସ୍ପିରିଟ୍ ମିଶାଇ ସେବନ କରିବାର ୨୪ ଘଣ୍ଟା ଭିତରେ ଶରୀରର ଅ˚ଗ ପ୍ରତ୍ୟଙ୍ଗ ନଷ୍ଟ ହେବା ସହିତ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ପ୍ରବଳ ମାତ୍ରାରେ ବାନ୍ତି ହେବା, ବ୍ରେନ୍ ଡ୍ୟାମେଜ୍, ଦୃଷ୍ଟି ଶକ୍ତି ହରାଇବା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହୋଇଥାଏ। ଏମିତିକି ସମ୍ପୃକ୍ତ ମଦ୍ୟପ କୋମାକୁ ଚାଲିଯିବା କିମ୍ବା ମୃତ୍ୟୁ ମୁଖରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ଲ୍ୟାବରୁ ଏ ପ୍ରକାର ରିପୋର୍ଟ ଆସିଲା ପରେ ନିୟମ କହୁଛି, ସମ୍ପୃକ୍ତ ମଦ ବ୍ୟବସାୟୀଙ୍କ ଅବକାରୀ ବିଭାଗରୁ ମିଳିଥିବା ମଦ ଲାଇସେନ୍ସ ବାତିଲ୍ କରି ଭାରତୀୟ ପିଙ୍ଗଳ ଆଇନର ଧାରା ୨୭୨ ଓ ୨୭୩ ଆଧାରରେ ଅପମିଶ୍ରିତ ମଦ ବିକ୍ରି ଅଭିଯୋଗରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ମାଲିକାନାରେ ଯଦି ଅନ୍ୟ କେଉଁଠି ଦୋକାନ ରହିଛି, ତାକୁ ମଧ୍ୟ ସିଲ୍ କରାଯିବ। କିନ୍ତୁ ୧୯ ଦିନ ବିତିଯାଇଥିଲେ ସୁଦ୍ଧା ଦୋକାନ ମାଲିକଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ କିମ୍ବା ଅବକାରୀ ବିଭାଗ ଗ୍ରହଣ କଲା ନାହିଁ। ନା ଦୋକାନର ଲାଇସେନ୍ସ ବାତିଲ୍ ହୋଇଛି, ନା ମାମଲା ରୁଜୁ ହୋଇଛି।