ଏବେ ହେବନି ଶୀତ ! ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Advertisment
୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ୧୮ତାରିଖରୁ ପାଗରେ ଆସିପାରେ ପରିବର୍ତ୍ତନ

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରବିବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି।

ସେହିପରି ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ରବିବାର ସକାଳ ସୁଦ୍ଧା ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟରେ ବି ଘଡ଼ଘଡ଼ି ସହ ବର୍ଷା ହେବାର ଅଛି। ଏହାକୁ ନଜରରେ ରଖି ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଆକାଶ ମେଘୁଆ ରହୁଥିବାରୁ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିବାର କି କମିବାର ସମ୍ଭାବନା ନାହିଁ। ରାତିରେ ପାରଦ ବହୁତ ଖସିବାର ସମ୍ଭାବନା କମ୍ ଥିବାରୁ ଏବେ ଶୀତ ହେବନି ବୋଲି ପାଣିପାଗ ବିଭାଗ କହିଛି। କିନ୍ତୁ ୪ ଦିନ ପରେ ଓଡ଼ିଶା ଆକାଶରେ ବାଦଲ କମ୍ ଦେଖାଯିବ। ରାତିରେ ପାରଦ କମିବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe