୧୯ରେ ଆଉ ଏକ ଲଘୁଚାପ ! ପ୍ରଭାବରେ ଆଜି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

1,218

କନକ ବ୍ୟୁରୋ: ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଜ୍ୟ‌‌‌ରେ ପ୍ରବଳ ବର୍ଷା ହେବ। ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସାମାନ୍ୟ ପଶ୍ଚିମକୁ ଗତି କରି ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିବ ଲଘୁଚାପ। । ୧୯ରେ ପୁଣି ଓଡ଼ିଶା, ପଶ୍ଚିମବଙ୍ଗ ଓ ସଂଲଗ୍ନ ବଙ୍ଗୋପସାଗରରେ ରହିବ। ୨୦ରେ ଉତ୍ତର ଓଡ଼ିଶା, ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ରହିବ। ମୌସୁମୀ ସକ୍ରିୟ ହେତୁ ଆଜି ବର୍ଷା ହେବ। ୧୮ ତାରିଖ ସଂଧ୍ୟାରୁ ୧୯ ତାରିଖ ସଂଧ୍ୟା ପର୍ଯ୍ୟନ୍ତରେ ୧୭ଟି ଉପକୂଳ ଜିଲ୍ଲା ସହ କେଉଁଝର ଓ ଢେଙ୍କାନାଳରେ ଭାରୀ ବର୍ଷା ହେବ। ସୁନ୍ଦରଗଡ଼ , ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀରରେ ଉପକୂଳ ଅପେକ୍ଷା ଅଧିକ ବର୍ଷା ହେବ। କେତେକ ସ୍ଥାନରେ ୧୦୦ମିମି ବର୍ଷା ହୋଇପାରେ। ବୌଦ୍ଧ, ଅନୁଗୁଳ, ଦେବଗଡ଼, ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହେବ। ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହେବ ମଧ୍ୟ ହୋଇପାରେ।

ଅର୍ଥାତ ୧୦୦ ମିମିରୁ ଅଧିକ। ଗଞ୍ଜାମ, ଉପକୂଳ ବାଲେଶ୍ବର ଓ ମୟୂରଭଞ୍ଜରେ ମଧ୍ୟମ ଧରଣର ବର୍ଷା ହେବ। ୧୯ ସଂଧ୍ୟାରୁ ୨୦ ସଂଧ୍ୟାରେ ସମ୍ବଲପୁରଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ସମସ୍ତ ପଶ୍ଚିମ ଓଡ଼ିଶାରେ ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି, ନୂଆପଡ଼, ବଲାଙ୍ଗୀର ଓ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ବାକି ଅଞ୍ଚଳରେ ସ୍ଥ‌ାନେ ସ୍ଥାନେ ସ୍ବଳ୍ପ ବର୍ଷା ହେବ। ୨୧ ତାରିଖରେ ବର୍ଷା କମି ଯିବ ଓ ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।