କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ବର୍ଷା । ଅସହାୟ ଗୁଳୁଗୁଳିରୁ ଟ୍ୱିନ ସିଟି ବାସିଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ସେପଟେ, ଆଜି ୩ଜିଲ୍ଲାକୁ ରହିଛି କୁଆପଥର ବର୍ଷା ସମ୍ଭାବନା

Advertisment
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ୧୪ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଗତ କିଛିଦିନ ହେବ ରାଜ୍ୟରେ ଲୋକଙ୍କୁ ହନ୍ତସନ୍ତ କରୁଥିଲା ଅସହ୍ୟ ତାତି । ଖାସକରି ଭୁବନେଶ୍ୱର ଏବଂ କଟକ ଅଧିକ ଉତ୍ତପ୍ତ ସହର ଥିବାବେଳେ ଏଠାରେ ଦିନ ୧୦ ପରେ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡିଥିଲା । କିନ୍ତୁ ଗତକାଲି ରାତିରେ କାଳବୈଶୀଖୀ ପ୍ରଭାବରେ ଝିପଝିପ ବର୍ଷା ହୋଇଛି । ତେଣୁ ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

ସେପଟେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ଏଥିସହ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିର କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ୨ ତାରିଖଠାରୁ ପବନର ବେଗ ବଢ଼ିବ। ୨ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, କନ୍ଧମାଳ, ଗଜପତି, ବୌଦ୍ଧ, ମାଲକାନଗିରି, ଦେବଗଡ଼ ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ୩ ଓ ୪ ତାରିଖରେ ଆହୁରି ଅଧିକ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ବେଗ‌ରେ ବହିବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ-ୱାର୍ଣ୍ଣିଂ ଜାରି କରିଛି।

‌ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ତାପମାତ୍ରା ଖସିବାରେ ଲାଗିଛି। ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିଛି। ଏବେ ରାଜ୍ୟରେ ଲଗାତାର ୪ଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିବ। ଫଳରେ ଧୀରେଧୀରେ ସାରା ରାଜ୍ୟରୁ ତାତି ଖସିବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି। ୩ ଦିନ ପରେ ସାରା ରାଜ୍ୟରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ଆଜି ରାଜ୍ୟକୁ ପଶ୍ଚିମା ଶୁଷ୍କ ପବନ ବହୁଥିଲା ଏବଂ ଏହା ଆଉ ତିନି ଦିନ ଧରି ଚାଲୁ ରହିବ। ଫଳ‌ରେ ମେ’ ୩ ତାରିଖ ପର୍ଯ୍ୟନ୍ତ ବର୍ତ୍ତମାନର ପାଗ ପ୍ରାୟତଃ ଅପରିବର୍ତ୍ତିତ ରହିବ। ତେବେ ୪ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ପବନର ଦିଗ ପରିବର୍ତ୍ତନ ହେବ। ବଙ୍ଗୋପସାଗରୀୟ ପବନ ସାରା ରାଜ୍ୟକୁ ବହିବା ଆରମ୍ଭ ହେବ। ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ଡିଗ୍ରି କମିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରି ତଳକୁ ଖସିବ। ୪ରୁ ୮ତାରିଖ ଭିତରେ ପାଗ ମେଘୁ୍ଆ ବା ଆଂଶିକ ମେଘୁଆ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେସ୍ଥାନେ ବର୍ଷା ହେବ। ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି ଏବଂ ଏଠି ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ। ୬ ଓ ୭ତାରିଖରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe