ପୁଅ ଭଳି ମୃତ୍ୟୁ ମୁଖରୁ ଫେରିସାରିଛନ୍ତି ଅଭିନନ୍ଦନଙ୍କ ମାଆ, ଜାଣନ୍ତୁ ତାଙ୍କର ସାହସିକତାର କାହାଣୀ 

957

ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ସାରା ଦେଶର ହିରୋ ହୋଇଯାଇଛନ୍ତି । ବାୟୁ ଯୋଦ୍ଧାଙ୍କ ବାହାଦୁରୀ ଓ କର୍ତ୍ତବ୍ୟର ଭାବନାକୁ ପ୍ରତ୍ୟେକ ସଲାମ କରୁଛନ୍ତି । ଏହା ହିଁ ନୁହେଁ, କମାଣ୍ଡରଙ୍କ ପିତା ଏୟାର ମାର୍ଶଲ ଏସ ବର୍ଦ୍ଧମାନ ଓ ମାତା ଡା. ଶୋଭା ବର୍ଦ୍ଧମାନଙ୍କ ସାହସକୁ ମଧ୍ୟ ଲୋକମାନେ ବହୁତ ପ୍ରଂଶସା କରିଛନ୍ତି । ପ୍ରକୃତରେ ଅଭିନନ୍ଦନ ଏହି ମନୋବଳ ଓ ସାହସ ନିଜ ମାଆଙ୍କ ଠାରୁ ହାସଲ କରିଛନ୍ତି ।

ଡା. ଶୋଭା ମଧ୍ୟ ନିଜ ପୁଅ ଭଳି ମୃତ୍ୟୁର ସାମନା କରିସାରିଛନ୍ତି । ସେ ବିଶ୍ୱର ଅନେକ ଯୁଦ୍ଧଗ୍ରସ୍ତ ଦେଶଗୁଡିକ ଯେମିତିକି, ଲିବେରିୟା, ଇରାକ, ଆଇଭରି କୋଷ୍ଟ, ପାପୁଆ ନ୍ୟୁ ଗିନି ଓ ଲାଓସରେ ଡାକ୍ତର ଭାବେ ନିଜର ସେବା ଦେଇସାରିଛନ୍ତି । ସେ ବିଶ୍ୱ ସ୍ତରରେ ମାଗଣାରେ ଡାକ୍ତରୀ ସେବା କରୁଥିବା ସ୍ୱଂୟସେବକରେ ସାମିଲ ହୋଇସାରିଛନ୍ତି । ସେ ଏମଏସଏଫ ଅର୍ଥାତ୍ ମେଡିସିନ୍ସ ସୋଇନ୍ସ ଫ୍ରଂଟିୟର୍ସର ସଦସ୍ୟ ଥିଲେ, ଯାହା ଅଧିନରେ ସେ କିଛି ଦେଶଗୁଡିକୁ ଯାଇଛନ୍ତି, ଯେଉଁଠି କେବଳ ଏକେ-୪୭ ଓ ଅସ୍ତ୍ରଶସ୍ତ୍ରର ଶାସନ ଥିଲା ।

ଅଭିନନ୍ଦନଙ୍କ ନିର୍ଭୀକ ମାଆ ଇରାନ ଓ ଇରାକରେ ସଂଘର୍ଷର ସବୁଠାରୁ ବିପଦଜନକ ସମୟ ଦେଖିଛନ୍ତି । ଏହାପରେ ସେ ପପୁଆ ନ୍ୟୁ ଗିନିରେ ୨୦୦୯ରେ ସେହି ଆଦିବାସୀଙ୍କ ଚିକିତ୍ସା କରିଛନ୍ତି, ଯାହାଙ୍କ ମୁଣ୍ଡରେ ତୀର ଓ ପୁରୁଣା ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏହା ବ୍ୟତୀତ ଡା. ଶୋଭା ଅପରେସନ୍ ସ୍ମାଇଲ ପାଇଁ ମଧ୍ୟ ସ୍ୱେଚ୍ଛାରେ କାମ କରିଛନ୍ତି । ସେ ବାଲ୍ୟ ଯୌନ ଶୋଷଣର ଦୋଷୀଙ୍କ ଦଣ୍ଡ ବଢ଼ାଇବା ପାଇଁ ସକ୍ରିୟ ରୂପେ ଅନଲାଇନ୍ ଅଭିଯାନ ବି ଚଳାଇଥିଲେ ।