ବିହାର ୟୁପି ଭଳି ଓଡ଼ିଶାରେ ମଧ୍ୟ ହେଉଥିଲା ମୋବଇଲ ଟାୱାର ଚୋରି। ଜୟପୁର ପଲ୍ଲୀଗୁଡ଼ା ଛକରେ ଧରିଲା ପୋଲିସ

ବିହାର ୟୁପି ଭଳି ଓଡ଼ିଶାରେ ମଧ୍ୟ ହେଉଥିଲା ମୋବଇଲ ଟାୱାର ଚୋରି। ଜୟପୁର ପଲ୍ଲୀଗୁଡ଼ା ଛକରେ ଧରିଲା ପୋଲିସ

କନକ ବ୍ୟୁରୋ: ବିହାର ୟୁପି ଭଳି ଓଡ଼ିଶାରେ ଲୁଟ୍ । ଭିନ୍ନ ଏକ ତରିକାରେ ହୋଇଛି ଚୋରି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଚୋରି କଥା । ଟଙ୍କା ସୁନା ଚୋରି ନୁହେଁ ଟ୍ରକରେ ମୋବାଇଲ ଟାୱାର ଚୋରି କରି ନେଉଥିଲେ ଦୁର୍ବୃତ୍ତ । ଜୟପୁର ସହର ନିକଟ ପଲ୍ଲିଗୁଡା ଛକରେ ଥିବା ରିଲାଏନ୍ସ ମୋବାଇଲ ଟାୱାରକୁ ଦୁବୃର୍ତମାନେ ଚୋରି କରି ନେଇଥିଲେ । ସନ୍ଧ୍ୟା ପରେ ଅନ୍ଧାରରେ ଟାୱାରକୁ ସମ୍ପୂର୍ଣ୍ଣ ଭାବେ ଖୋଲି ପିସ୍ ପିସ୍ କରି ଏକ ଦଶ ଚକିଆ ଟ୍ରକରେ ଲୋଡ କରି ଆନ୍ଧ୍ରକୁ ଚାଲାଣ କରୁଥିଲେ । ଘଟଣାସ୍ଥଳରେ ପୂଲିସ ପହଞ୍ଚି ଟ୍ରକକୁ ଅଟକାଇବା ସହ ଚୋରି ଟାୱାରରକୁ ଜବତ କରି ଥାନାକୁ ଆଣିଛି । ଡ୍ରାଇଭରଙ୍କୁ ଅଟକ ରଖି ଚୋରି ସମ୍ପର୍କରେ ପଚାରାଉଚୁରା କରୁଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe