କନକ ବ୍ୟୁରୋ : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ । ଭଦ୍ରକ ବାସୁଦେବପୁର ଅଞ୍ଚଳରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୫ ହଜାର ୪ଶହ ଥର ବଜ୍ରପାତ ହୋଇଛି । କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ର ସୂଚନାକୁ ଆଧାର କରି ଏ ନେଇ ଟ୍ୱିଟ୍ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ । ବାସୁଦେବପୁର ଅଞ୍ଚଳରେ ୫ ହଜାରରୁ ଅଧିକ ବଜ୍ରପାତ ହୋଇଥିବା ବେଳେ ଏହା କେତେ ଘାତକ ହୋଇପାରେ, ଏ ନେଇ ସତର୍କ କରାଇଛନ୍ତି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

Advertisment

ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତିି । ଓଡ଼ିଶାରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫ ହଜାରରୁ ଅଧିକ ଥର ବଜ୍ରପାତ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ଘଡ଼ଘଡ଼ି ସଂପର୍କୀତ ସୂଚନା ପାଇବା ପାଇଁ ‘ଦାମିନୀ’ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଇଛନ୍ତି ଉମାଶଙ୍କର । ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଲାଗି ନିବେଦନ କରିଛନ୍ତି । ଏପଟେ ପଶ୍ଚିମାଘଡ଼ ପ୍ରଭାବରେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, କଟକ, ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।