ବଜ୍ରପାତ ନେଲା ୬ ଜୀବନ : ବଜ୍ରାଘାତରେ  ଆନନ୍ଦପୁରରୁ ୪ ଜଣଙ୍କ ମୃତ୍ୟୁ, ବାଲେଶ୍ୱର ଭୋଗରାଇ ଓ ଜଳେଶ୍ୱରରେ ଜଣେ ଲେଖାଏଁ ମୃତ; ୩ ଜଣ ଗୁରୁତର

415

କନକ ବ୍ୟୁରୋ : ବଜ୍ରପାତ ନେଲା ଜୀବନ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ବ୍ରଜାପାତରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆନନ୍ଦପୁରରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଳେଶ୍ୱର ଭୋଗରାଇରୁ ଜଣେ ଓ ଜଳେଶ୍ୱରୁ ଜଣକ ମୃତ୍ୟୁ ହୋଇଛି । ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ଖାସ କାଟିବାକୁ ଯାଇଥିବା ବେଳେ ନନ୍ଦିପଦା ଥାନା ଇଚୋଂଳ ଗାଁର ଗଣେଶ ଜେନାର ମୃତ୍ୟୁ ହୋଇଥିବା ବେଳେ ଭିଣେଇ ଘରକୁ ତଳି ରୋଇବାକୁ ଯାଇଥିବା ବାହାରିପୁର ଗାଁର ବଲ୍ଲଭ ବେହେରାଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି ।

ସେହିପରି ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ସାପୁଆ ସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କ ଘାସ କାଟିଥିବା ବେଳେ ମୃତ୍ୟୁ ହୋଇଛି । ସେପଟେ ବାଲେଶ୍ୱର ଜଳେଶ୍ୱର ବ୍ଲକ ପଢିସାରିପୁର ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ହୋଇଛନ୍ତି । ଜମିରେ କାମ କରୁଥିବା ବେଳେ ଘଡଘଡି ମାରିବାରୁ କାର୍ତିକ ମହାନ୍ତିଙ୍କ ମୃତ୍ୟୁ ହୋଇଛି । ଭୋଗରାଇରେ ବି ଜଣକ ବଜ୍ରାଘାତରେ ମୃତ୍ୟୁ ହୋଇଛି ।