କନକ ବ୍ୟୁରୋ : କୋଚିଂ ସେଣ୍ଟରରେ ବଜ୍ରପାତ । ବଜ୍ରାଘାତରେ ଆହତ ହୋଇ ୫ ଜଣ ଛାତ୍ରଛାତ୍ରୀ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି । ନିରାକାରପୁରରେ କଲେଜ ଛକ ନିକଟ ଏକ କୋଚିଂ ସେଣ୍ଟରରେ ପିଲା ପାଠ ପଢୁଥିଲେ । ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତର ପ୍ରଭାବ ଏତେ ଜୋର ଥିଲା ଯେ ଟ୍ୟୁସନ ଶିକ୍ଷକ ସମେତ ୬ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।

Advertisment