କନକ ବ୍ୟୁରୋ : ବଜ୍ରାଘାତରେ ଜଳିଗଲା ଘର । ୬ ଟି ଘର ଜଳିପୋଡି ପାଉଁଶ ହୋଇଯାଇଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଏଭଳି ଅଘଟଣ ଘଟିଛି । କାଳବୈଶାଖୀ ଯୋଗୁ ଏବେ ରାଜ୍ୟରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ଲାଗିରହିଛି । ଗତକାଲି ବିଳମ୍ବିତ ରାତିରେ ତିହିଡି ବ୍ଲକର କସଟି ଗାଁରେ ବଜ୍ରାଘାତ ହୋଇଥିଲା । ଲୋକେ ଘରେ ଶୋଇଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା । ଚାଳ ଘର ହୋଇଥିବାରୁ ଘରେ ନିଆଁ ଲାଗିଯାଇଥିଲା । ଜୀବନ ବିକଳରେ ଲୋକେ ଘରୁ ବାହାରି ଆସିଥିଲେ । କିନ୍ତୁ ତିନି ପରିବାରର ଘର ପୋଡିଯାଇଛି । ନିଆଁରେ ଘରେ ଥିବା ସମସ୍ତ ଆସବାପତ୍ର ପୋଡିଯାଇଛି ।
ସେହିଭଳି ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ବ୍ରଜାଘାତ କାରଣରୁ ଜଳିଗଲା ୬ ବାଇକ, ଆସବାବପତ୍ର । ରାଜଧାନୀ ଉପକଣ୍ଠ ଅନ୍ଧାରୁଆରୁ ଆସଥିଲା ଏଭଳି କିଛି ଦୃଶ୍ୟ । । କାଳବୈଶାଖୀ ଝଡପବନ ଭିତରେ ହଠାତ୍ ଅନ୍ଧାରୁଆର ପ୍ରଶାନ୍ତ ବଡଜେନାଙ୍କ ଘର ଉପରେ ଘଡଘଡି ପଡିଥିଲା । ନିମିଷକେ ଘର ପାର୍ଟିକୋରେ ଥିବା ବାଇକ, ଜଳି ଉଠିଥିଲା । କେହି କିଛି ବୁଝିବା ଆଗରୁ ଚାହୁଁ ଚାହୁଁ ନିଆଁ ଘର ଭିତରେ ପଶି ଅସବାବପତ୍ରରେ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ହେଲେ ସେତବେଳକୁ ସବୁକିଛି ଜଳି ପାଉଁଶ ହୋଇଯାଇଛି । ନିଆଁ ଲିଭିବା ପରର ଏ ହେଉଛି ଦୃଶ୍ୟ । ସବୁ ବାଇକ ଜଳି ଯାଇଛି, ଘର ସାମ୍ନାପଟ କାନ୍ଥ ଫାଟି କଳା ହୋଇଯାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/vlcsnap-2023-04-23-14h34m03s731.jpg)