କନକ ବ୍ୟୁରୋ : ରାଜ୍ୟର ୬ ଜିଲ୍ଲାରେ ଭୟଙ୍କର ବଜ୍ରାଘାତରେ ଯାଇଛି ୧୦ ଜଣଙ୍କ ଜୀବନ । ୩ ଜଣ ଗୁରୁତର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀରରେ ଦୁଇ ଜଣ, ଅନୁଗୁଳ, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳରେ ଜଣେ ଲେଖାଏଁ ମୃତ । ମୃତକଙ୍କ ମଧ୍ୟରେ ଅନେକ ଚାଷୀ ରହିଛନ୍ତି ।

Advertisment

ଚାଷ କାମ କରୁଥିବା ବେଳେ ଭୟଙ୍କର ବଜ୍ରାଘାତ ହୋଇଥିଲା । ଫଳରେ ଚାଷୀ ସୁରକ୍ଷିତ ସ୍ଥାନକୁ ଯାଇ ପାରିନଥିଲେ । ଗତକାଲି ପାଖାପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହୋଇଥିଲା । ସାରା ରାଜ୍ୟରେ ଗତକାଲି ସଂଧ୍ୟା ସାଢେ ୫ଟା ମଧ୍ୟରେ ୨୫ ହଜାର ୭୫୩ଟି ବିଜୁଳି ମାରିଥିଲା । ଏଥିରୁ ଅଧିକାଂଶ ବିଜୁଳି କେବଳ ଭୁବନେଶ୍ୱର ସହରରେ ମାରିଛି ।